ଆଦିବାସୀ ମେଳା: ଫୁଲ ଝାଡୁର ହାଇ ଡିମାଣ୍ଡ୍

ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ଆଦିବାସୀ ମେଳା । ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଚାହିଦା ବେସ୍ ଅଧିକ ରହିଛି ।

adivasi mela

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଚାଲିଛି ଆଦିବାସୀ ମେଳା । ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଚାହିଦା ବେସ୍ ଅଧିକ ରହିଛି । ସୂଚନା ଅନୁସାରେ, ଗତବର୍ଷ ଆଦିବାସୀ ମେଳାକୁ ପ୍ରାୟ ୧୧ ଲକ୍ଷ ଲୋକ ଆସିଥିବାବେଳେ ଚଳିତ ବର୍ଷ ମେଳାରେ ଜନସମାଗମ ପୂର୍ବର ସବୁ ରେକର୍ଡକୁ ବ୍ରେକ୍ କରିଛି ।

ଆଦିବାସୀ ମେଳାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଜନଜାତିଙ୍କ ସଂସ୍କୃତିର ସଂପଦର ସଂରକ୍ଷଣ ଓ ବିକାଶ ପାଇଁ ପ୍ରତିଷ୍ଠିତ ଓଡ଼ିଶାର ୯ ଗୋଟି ଆଦିବାସୀ ଜିଲ୍ଲାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପ୍ରଦର୍ଶିତ ୯ ଗୋଟି ଷ୍ଟଲର ସ୍ୱାତନ୍ତ୍ର୍ୟ । ପ୍ରତ୍ୟକ ଜିଲ୍ଲାର କାରିଗରମାନ ନିଜର ସ୍ୱତନ୍ତ୍ର ଯଥା ମୂଲ୍ୟଯୁକ୍ତ କଳା ସାମଗ୍ରୀ ପ୍ରଦର୍ଶନ ସହ ଦର୍ଶକମାନଙ୍କୁ ଆକର୍ଷିତ କରୁଛନ୍ତି । ମୟୂରଭଞ୍ଜର ସବାଇ ଘାସର କଳା ସାମଗ୍ରୀ, ଗତପତିର ଫୁଲଝାଡୁ, ନବରଙ୍ଗପୁରର ଗଣ୍ତ ଚିତ୍ରକଳା, ଆଦି ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି ।

ତେବେ ଜନଜାତି ହାଟରେ ମିଳୁଥିବା ଆଦିବାସୀମାନଙ୍କର ହାତ ତିଆରି ଫୁଲ ଝାଡୁ ଲୋକଙ୍କୁ ଆକର୍ଷିତ କରୁଛି । ଝାଡୁ ତିଆରି କରି ତାକୁ ବିକ୍ରି କରି ଏବେ ସ୍ୱାବଲମ୍ବି ହୋଇପାରିଛନ୍ତି ଅନେକ ପରିବାର । ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ୍ ଝାଡୁ ଅପେକ୍ଷା ଆଦିବାସି ଲୋକଙ୍କ ଏହି ପ୍ରାକୃତିକ ଝାଡୁକୁ ବେଶ ପସନ୍ଦ କରୁଛନ୍ତି ରାଜଧାନୀବାସୀ । ଆଦିବାସୀ ମେଳାକୁ ବୁଲି ଆସୁଥିବା ପ୍ରାୟତଃ ଲୋକଙ୍କ ହାତରେ ଦେଖିବା ପାଇଁ ମିଳୁଛି ଫୁଲ ଝାଡୁ ଲାଗୁଛି ଯେପରି ଏହା ବର୍ତ୍ତମାନ ଟ୍ରେଣ୍ତ୍ ପରିଣତ ହୋଇଛି । ଜନଜାତି ମାନଙ୍କ ଦ୍ୱାରା ତିଆରି ହେଉଥିବା ଫୁଲ ଝାଡୁର ଚାହିଦା ଲଗାତାର ବଢିବାରେ ଲାଗିଛି ।

ସେହିପରି ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା-ବାସୁମତି ଚଉଳ, ମୁଗ, ବିରି, ମାଣ୍ତିଆ, ପାଳୁଅ, ରାଶି, ପାମ୍ପଡ଼, ଆଚାର, ହଳଦୀଗୁଣ୍ତ, ଆଦି କିଣିବା ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବା ପାଇଁ ମିଳୁଛି । ସେହିପରି ଚୁକିଟିଆ ଭୁଞ୍ଜିଆମାନଙ୍କ ଦ୍ୱାରା ଉତ୍ପାଦିତ ଷ୍ଟ୍ରବେରୀ ଏଥର ମୁଖ୍ୟ ଆକର୍ଷଣ ପାଲଟିଛି । ସ୍ୱାଦିଷ୍ଟ ଷ୍ଟେବେରୀ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ଲୋକେ ।

ଆଦିବାସୀ ଦେଶୀ ଖାଦ୍ୟ ସହ ଆଦିବାସୀ ପରମ୍ପରା ବିଷୟରେ ଜାଣିବାକୁ ମିଳିଛି ଏକ ସୁଯୋଗ । ସହରୀଙ୍କୁ ଆଦିବାସୀ ଝାଟିମାଟି କୁଡ଼ିଆ, ଚଳଣି, ପରମ୍ପରା ଓ ଗୃହ ଉପକରଣ ଆକର୍ଷିତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+