ଓଡ଼ିଶାର ୧୯ଟି ଜିଲ୍ଲା ସମେତ ୬୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ "ଭୂମି ସମ୍ମାନ" ପ୍ରଦାନ କରିବେ ରାଷ୍ଟ୍ରପତି

ଭୂବନେଶ୍ୱର: ଓଡ଼ିଶାକୁ ମିଳିବ ସମ୍ମାନଜନକ 'ଭୂମି ସମ୍ମାନ' । ଜମିଜମା ରେକର୍ଡ ଓ ପଞ୍ଜୀକରଣରେ ଡିଜିଟାଇଜେସନରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ମିଳିବ ସମ୍ମାନଜନକ 'ଭୂମି ସମ୍ମାନ'। ଆସନ୍ତା ୧୮ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ୧୯ଟି ଜିଲ୍ଲା ସମେତ ଅନ୍ୟ ରାଜ୍ୟର ଜିଲ୍ଲାକୁ ସମ୍ମାନିତ କରିବେ।

୬୮ଟି ଜିଲ୍ଲାର ଜିଲ୍ଲାପାଳ ଓ ସେମାନଙ୍କ ଟିମ୍‌ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିବେ। ୬୮ଟି ଜିଲ୍ଲାରୁ ଓଡ଼ିଶାର ସର୍ବାଧିକ ୧୯ ଜିଲ୍ଲା ରହିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ,ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼,ନୂଆପଡ଼ା,ରାୟଗଡ଼ା ଓ ସମ୍ବଲପୁର।

president_murmu
ଗତ ୭୫ ବର୍ଷରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ୬୮ ଜିଲ୍ଲାପାଳଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଭୂମି ସମ୍ମାନ ପ୍ରଦାନ କରାଯାଉଛି ଯାହା ଐତିହାସିକ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।

ଏଥିରେ ବିଭାଗୀୟ ସଚିବ ଏବଂ ସମୁଦାୟ ୬୮ ଜିଲ୍ଲାର ଜିଲ୍ଲାପାଳମାନେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଡିଜିଟାଲ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ହେତୁ ଅଦାଲତରେ ଜମି ଜମା ବିବାଦ ସମ୍ପର୍କିତ ମାମଲା ହ୍ରାସ ପାଇବା ସହିତ ଆର୍ଥିକ ଅଭିବୃଦ୍ଧି ହାସଲରେ ସହାୟକ ହେବ। ଲ୍ୟାଣ୍ଡ ରେକର୍ଡସ୍‌ଗୁଡ଼ିକର ଡିଜିଟାଲକରଣ ଯୋଗୁ ଜମି ବିବାଦ ସମ୍ବନ୍ଧିତ ମକଦ୍ଦମା ହ୍ରାସ କରିବାରେ ସହାୟକ ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+