Get Updates
Get notified of breaking news, exclusive insights, and must-see stories!

ମେକ୍ ଇନ୍ ଓଡ଼ିଶା ପାଇଁ ହେଲା ଭୂମିପୂଜା, ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ କନକ୍ଲେଭ୍

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆଜି ଅନୁଷ୍ଠିତ ହୋଇଛି ଭୂମିପୂଜା। ଭୁବନେଶ୍ୱର ଜନତା ମୈଦାନରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ IDCOର ଜେନେରାଲ୍ ମ୍ୟାନେଜର ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ ।

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ପାଇଁ ଆଜି ଅନୁଷ୍ଠିତ ହୋଇଛି ଭୂମିପୂଜା। ଭୁବନେଶ୍ୱର ଜନତା ମୈଦାନରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ IDCOର ଜେନେରାଲ୍ ମ୍ୟାନେଜର ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ୱର ୩୦ରୁ ଡିସେମ୍ୱର ୪ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେବ । ସେଥିପାଇଁ ଆଜିଠାରୁ ଜନତା ମୈଦାନରେ ଭୂମି ପୂଜନ ସହ ପାଭିଲିୟନ ନିର୍ମାଣ ଆରମ୍ଭ ହୋଇଛି ।

Make in Odisha Conclave 2022

୨୦୧୮ରେ ପ୍ରଥମ ଦୁଇଟି ସଂସ୍କରଣକୁ ଆୟୋଜନ କରିବା ପରେ ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଛି । ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାଟନରଶିପ କରିବାକୁ ସହମତି ପ୍ରକାଶ କରିଛନ୍ତି । ଆଜିଠୁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଶିଳ୍ପ ସଚିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ନୂଆ ଶିଳ୍ପନୀତି-୨୦୨୨ ଆସିବ। ଏଥିରେ ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି। ରାଜ୍ୟରେ ଗଚ୍ଛିତ କଞ୍ଚାମାଲକୁ ଅଗ୍ରାଧିକାର ଦେଇ ପୁଞ୍ଜିନିବେଶକୁ ଉତ୍ସାହିତ କରାଯାଉଛି । ଅଧିକ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଯୋଗୁ ୨୩୦ ଟି କମ୍ପାନୀ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆପ୍ଲିକେସନ୍ ଦେଇଛନ୍ତି । କିଛି ନୂଆ ପୁଞ୍ଜି ନିବେଶକଙ୍କ ସହ ବଡ ବଡ ଇଣ୍ଡଷ୍ଟ୍ରି ଆସିବେ । ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ନିବେଶକାରୀଙ୍କ ସହ ଆଲୋଚନା ହୋଇଛି । ପୁଞ୍ଜିନିବେଶ ପାଇଁ ୨୩୦ଟି ଆବେଦନ ପତ୍ର ମିଳିଛି । ୧୮୦ଟି ଲେଟର ଅଫ ଇଣ୍ଟେଣ୍ଟ ଆସିଛି । ଏସବୁକୁ ସମୀକ୍ଷା କରାଯାଉଛି ।

ଶିଳ୍ପନୀତି-୨୦୨୨ରେ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଶିଳ୍ପନୀତିରେ ବିଜୁ ଇକୋନୋମିକ କରିଡରର ବ୍ୟବସ୍ଥା ହେବ। ହସ୍ତତନ୍ତ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପାଇଁ ପୁଞ୍ଜି ସବସିଡି ସହ ବିଦ୍ୟୁତ ସବସିଡି ମଧ୍ୟ ଯୋଗାଇ ଦିଆଯିବ।

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଚିତ୍ତାକର୍ଷକ ଓ ବଡ଼ ଆକାରରେ କରିବାକୁ ପ୍ରସ୍ତୁତି ଚାଲିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସହଭାଗିତା ପାଇଁ ନରୱେ ଓ ଜର୍ମାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+