ଜାନୁଆରୀ ୧୪ରୁ କୁମ୍ଭୀର ଗଣନା, ଆସନ୍ତା ୨୧ ଯାଏଁ ପର୍ଯ୍ୟଟକଙ୍କୁ ଭିତରକନିକା ମନା
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ଜାନୁଆରୀ 14 ରୁ 21 ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ୯ ଦିନ ବ୍ୟାପୀ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆସିବାକୁ ବାରଣ କରାଯାଇଛି । ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର ଗଣନା କରାଯିବ । ଆଉ ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ ।

ରାଜନଗରର ୪ଟି ବନ ରେଞ୍ଜରେ ଏହି କୁମ୍ଭୀର ଗଣନା କରାଯିବ। ବନ ଅଧିକାରୀ, ବନ୍ୟପ୍ରାଣୀ ଗବେଷକ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଗଠିତ ୨୨ଟି ଟିମ୍ କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ନିୟୋଜିତ ହେବେ । ସେହିପରି ଆସନ୍ତାକାଲି ଠାରୁ ବନ୍ଦ ହେଉଛି ସାତକୋଶିଆ ଅଭୟାରଣ୍ୟ । କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ଣରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଏବଂ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ । ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications