Get Updates
Get notified of breaking news, exclusive insights, and must-see stories!

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା । କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ବନ୍ଦ ଥିଲା । ଗତ ୪ରୁ ୧୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା ।

ଭିତରକନିକା ଅଭୟାରଣ୍ୟରେକୁମ୍ଭୀର ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୮ଟି କୁମ୍ଭୀର ବଢ଼ିଛନ୍ତି । କୁମ୍ଭୀର ବୃଦ୍ଧି ଗଣନା ପରେ ଡିଏଫ୍‌ଓ ସୁଦର୍ଶନ ଗୋପିନାଥ ଯାଦବ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଭିତରକନିକାରେ ୧, ୭୯୩ କୁମ୍ଭୀର ଥିଲା। ଏବେ ଏହି ସଂଖ୍ୟା ୧, ୮୧୧ରେ ପହଞ୍ଚିଛି। ଭିତରକନିକାରେ କୁମ୍ଭୀର ଗଣନା ଲାଗି ୨୨ଟି ଟିମ୍ ନିୟୋେଜିତ ହୋଇଥିଲେ। ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା ହୋଇଥିଲା।

Bhitarkanika National Park

ସେହିପରି ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହା ୧୧୧କୁ ବୃଦ୍ଧି ପାଇଛି । ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା କହିଛନ୍ତି, ଗତବର୍ଷ ୮୧ଟି ମଗର ଓ ୭ଟି ଘଡ଼ିଆଳ ଥିଲେ। ଚଳିତ ବର୍ଷ ମଗର ସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା ୧୪କୁ ବଢ଼ିଛି ।

ସୂଚନା ଅନୁସାରେ, ଓଡ଼ିଶାର ଅନ୍ୟତମ ଅଭୟାରଣ୍ୟ ଭିତରକନିକା ପୁଣିଥରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉଲବ୍ଧ ହେବାକୁ ଯାଉଛି । ପୁଣିଥରେ ଅଭୟାରଣ୍ୟ ଭିତରକୁ ଯାଇ କୁମ୍ଭୀର ଦେଖିପାରିବେ ହଜାର ହଜାର ଯ।।ତ୍ରୀ । କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟକୁ ବନ୍ଦ ରଖା ଯାଇଥିଲା । ୫ ତାରିଖରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିବା ବେଳେ କୁମ୍ଭୀର ଗଣନା ଶେଷ ହେବା ପରେ ୧୩ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଛି । ଏହାପରେ ଆଜିଠାରୁ ଭିତରକନିକାରେ ପୁଣିଥରେ ଲାଗିବ ହଜାର ହଜାର ପର୍ଯ୍ୟଟକଙ୍କ ମେଳା ।

ଚଳିତ ବର୍ଷ ଭିତରକନିକାରେ କନିକା ରଂଜେର ପାଟ୍ଟଶାଳାମାଉଥରୁ ଏଫଆରଏଚଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍‌ ଗଣନା ସମୟରେ ଠାବ କରିଛି ।

କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ ଏନେଇ ସୂଚନା ଦେଇଛନ୍ତି । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+