କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ; ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ

କାଲିଠୁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠୁ ଭିତରକନିକା ବନ୍ଦ ରହିବ । କାଲିଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏମାନେ ବିଭିନ୍ନ ଗ୍ରୁପରେ କୁମ୍ଭୀର ଗଣନା କରିବେ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି ।

ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ବନ୍ଦ ରହିବ । ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ବର୍ତ୍ତମାନ ସେଠାରେ ପକ୍ଷୀମାନଙ୍କର ଆଗମନ ହୋଇଥିବା କାରଣରୁ ଏହାର ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହିବା ଘୋଷଣା କରାଯାଇଛି ।

୫ଟି ରେଞ୍ଜରେ ଗଣନା ଚାଲିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।

ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Bhitarkanika National Park

ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଯେ ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି । ଏହାପରେ ୧୦, ୧୧ ଓ ୧୨ ତାରିଖରେ କୁମ୍ଭୀର ଗଣନା କରାଯିବ । ସବୁଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ ।

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି ।

୨୧ଟି ଟିମରୁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ରହିବେ । ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହେବାକୁଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+