ଆଜିଠୁ ୩ ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରପଡ଼ା:ଆଜିଠୁ ୩ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ୩ ମାସ ବନ୍ଦ ରହିବା ନେଇଁ ସୂଚନା ରହିଛି । ଭିତରକନିକାରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି । ଯାହାକୁ ଦୃଷ୍ଟିରେ ରଖି କୁମ୍ଭୀର ଏବଂ ପର୍ଯ୍ୟଟକଙ୍କର ସୁରକ୍ଷା ପାଇଁ ରାଜନଗର ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ମେ'୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶ ବନ୍ଦ ରହିବ । ଏହି ପ୍ରଜନନ ଋତୁ ସମୟରେ ବଉଳା କୁମ୍ଭୀର ପ୍ରଜନନ କରି ଅଣ୍ତା ଦାନ ପ୍ରକ୍ରିୟା ଶେଷ କରିଥାନ୍ତି । ନଦୀ କୂଳଠାରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ କୁମ୍ଭୀର ମାନେ ବସା ବାନ୍ଧି ଅଣ୍ତା ଦେଇଥାନ୍ତି ।

ତେବେ ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି । ଏହି ପ୍ରକ୍ରିୟାରେ ବାଧାଦେଲେ ସେମାନେ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଆନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।












Click it and Unblock the Notifications