ଭିତରକନିକାରେ ବଢ଼ିଲେ ବିଦେଶୀପକ୍ଷୀ,କ୍ରମାଗତ ଭାବେ କମୁଛି ପକ୍ଷୀଙ୍କ ପ୍ରଜାତି

ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଜାନୁଆରି ୧୮ରୁ ପକ୍ଷୀ ଗଣିଥିଲେ ୧୮ଟି ଟିମ,ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି। ଅର୍ଥାତ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୧୧୪୮ ଟି ପକ୍ଷୀ ଅଧିକ ଆସିଥିବା ଜଣାପଡିଛି।

bird

ଭିତରକନିକାରେ ଗତ ୪ ବର୍ଷ ହେଲା ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି। ୨୦୨୩ ମସିହାରେ ୧୩୯ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିବା ବେଳେ ୨୦୨୪ ମସିହାରେ ୧୨୧ ପ୍ରଜାତିର, ୨୦୨୫ରେ ୧୧୮ ପ୍ରଜାତିର ଓ ଚଳିତବର୍ଷ ୧୦୬ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିବା ଗଣନା ରିପୋର୍ଟରୁ ଜଣାପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+