୩ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
Bhitarkanika National Park Orissa :୩ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
ପଟ୍ଟାମୁଣ୍ତାଇ: ୩ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଏହାକୁ ୩ ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା । ଭିତରକନିକା ଖୋଲିଥିବା ବେଳେ ପର୍ଯ୍ୟଟନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି । ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୁପ୍ତି ଓ ଡାଙ୍ଗମାଳରେ ରାତ୍ରିଯାପନ କରିପାରିବେ ପର୍ଯ୍ୟଟକ । ୱେବସାଇଟ୍ ମାଧ୍ୟମରେ ମଧ୍ୟ ଆପଣ ସମସ୍ତ ସୂଚନା ପାଇପାରିବେ । ହେଲେ ହବାଳିଖଟିକୁ ପର୍ଯ୍ୟଟକଙ୍କୁ ଜିବା ମନା ।

ହବାଳିଖଟି ଡଲଫିନ୍ ହାଉସ ନିକଟରେ ପୂର୍ବରୁ ପର୍ଯ୍ୟଟକଙ୍କ ଭିଡ ଦେଖିବା ପାଇଁ ମିଳୁଥିଲା ହେଲେ ସମୁଦ୍ର ମାଡ଼ି ଆସିଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ବର୍ଷା ଦିନ ପାଇଁ ବନ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଭିତରକନିକାକୁ ଭିତରକୁ ପ୍ଲାଷ୍ଟିକ୍ ପଲିଥିନ ମୁକ୍ତ କରିବାକୁ ମଧ୍ୟ ପର୍ଯ୍ୟଟକମାନଙ୍କୁ ସଚେତନ କରଯିବ । ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ପଲିଥିନ୍ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବା ପାଇଁ ପର୍ଯ୍ୟଟକମାନଙ୍କୁ ସଚେତନ କରିବା ସହ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍ ,ଝୋଟରେ ପ୍ରସ୍ତୁତ ବ୍ୟାଗ୍ ଏହି ଜାତୀୟ ଉଦ୍ୟାନ ଭିତରେ ବ୍ୟବହାର କରିବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।
ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ । ବିଭିନ୍ନ ସ୍ଥାନରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ତା ମଧ୍ୟ କାରାଯାଉଛି । ତେବେ ଆପଣ ୱେବସାଇଟ୍ ମାଧ୍ୟମରେ ବୁକ୍ କରିପାରିବେ । ଏହା ସହ ସମସ୍ତ ସୂଚନା ମଧ୍ୟ ପାଇପାରିବେ ।












Click it and Unblock the Notifications