ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ
Bhitarkanika National Park: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବା ନେଇ ସୂଚନା ରହିଛି ।ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା ଯିବାକୁ ବାରଣ କରାଯାଇଥିବା ନେଇ ସୂଚନା ରହିଛି । ଏହି ସମୟରେ ଭିତରକନିକା ଭିତରେ ବୋଟ ମଧ୍ୟ ଚଳାଚଳ ମଧ୍ୟ ବନ୍ଦ ରହିବ ।

ସୂଚନା ଅନୁସାରେ, କୁମ୍ଭୀର ପ୍ରଜନନ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ପ୍ରଜନନ ସମୟରେ ବଉଳା କୁମ୍ଭୀର ହିଂସ୍ର ହୋଇଥାନ୍ତି ଯେଉଁଥି ପାଇଁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ଏନେଇ ବନବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।












Click it and Unblock the Notifications