Bhitarkanika Bird Counting: ୧୮ରୁ ଭିତରକନିକାରେ ପକ୍ଷୀ ଗଣନା
ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବ। ରାଜନଗର ବନଖଣ୍ଡର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ। ତେବେ ଏନେଇ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୭ ତାରିଖରେ ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବ।
ଏହି ପ୍ରଶିକ୍ଷଣ ଶିବିର ହେବାର ଦିନକ ପରେ ଅର୍ଥାତ୍ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ। ଗତବର୍ଷ ୧୨୧ ପ୍ରଜାତିର ୧ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଛି। ଏନେଇ ରାଜନଗର ବନଖଣ୍ଡ ଅଧକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଶୀତ ଋତୁରେ ସାଧାରଣତଃ ବହୁତ ପକ୍ଷୀ ଜଳାଶୟରେ ଆଶ୍ରୟ ନିଅନ୍ତି। ତେଣୁ ଏହି ସମୟରେ ପକ୍ଷୀ ମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଥାଏ।

ଅନ୍ୟପଟେ ଜାନୁୟାରୀ ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା ପାଇଁ ୨୨ ତାରିଖ ଯାଏ ବନ୍ଦ ରହିଛି। ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଇଛି। ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ହେଉଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications