ଆଜିଠୁ ଆରମ୍ଭ ହେଲା ଭିତରକନିକାରେ ଡଲଫିନ ଗଣନା , ୩ଦିନ ଧରି ଚାଲିବ

ଆରମ୍ଭ ହୋଇଛି ଡଲଫିନ ଗଣନା । ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍ ଗଣନା କରାଯିବ । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍‌ ଗଣନା ।

dolphin count

ଗଣନାରେ ମୋଟ ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିବ ଡଲଫିନ୍ ଗଣନା । ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା ଓ ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଏହି ଗଣନାକୁ ୧୦ ବର୍ଷ ପୁରିବାକୁ ଯାଉଥିବା ବେଳେ ଏଥର ଡଲଫିନ ସଂଖ୍ୟା ବୃଦ୍ଧି ନେଇ ଆଶା ରଖିଛନ୍ତି ଅନେକ ଜୀବ ବିଜ୍ଞାନୀ, ପରିବେଶବିତ ଓ ସ୍ଥାନୀୟ ଜନସାଧାରଣ । ତେବେ ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+