ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଗତ ମେ' ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା ।
ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା ।

ଅଗଷ୍ଟ ୧ ତାରିଖରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ନୂଆ ରୂପରେ ସଜେଇ ହୋଇଛି ଭିତରକନିକା। ସବୁଠୁ ଆକର୍ଷଣୀୟ ଓ ନୂତନ ଭାବେ ନିର୍ମାଣ କରାଯାଇଛି ସଂଗ୍ରହାଳୟ । ପର୍ଯ୍ୟଟକମାନେ ଏହି ସଂଗ୍ରହାଳୟ ବୁଲି ଭିତରକନିକାର ଐତିହ୍ୟ, ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ। ଗବେଷକ ମାନେ ଗବେଷଣା କ୍ଷେତ୍ରରେ ଅଧିକ ତଥ୍ୟ ମଧ୍ୟ ଜାଣିପାରିବେ |












Click it and Unblock the Notifications