Bhikari Bal Birth Anniversary: ଓଡ଼ିଆ ଭଜନ ଜଗତର ସମ୍ରାଟ ଭିକାରୀ ବଳ

ତାଙ୍କ 'ହାତରେ ମୁଠା ମୁଠା ସରଧା ବାଲି ତ' ଆଉ କେତେବେଳେ ସେ 'ବଡ ଦେଉଳର ପାରା'... ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ 'ବଡଦାଣ୍ଡର ଭିକାରୀ' ତ ଆଉ କେତେବେଳେ ତାଙ୍କ ମନରେ ବଡଦାଣ୍ଡରେ ଯୋଗୀଟିଏ ହେବାକୁ ଅଭିଳାଷା । ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତି ଗାନ କରୁ କରୁ ଭିକାରୀ ବଳରୁ ପାଲଟିଗଲେ ଭଜନ ସମ୍ରାଟ । ଓଡ଼ିଶା ସମେତ ଦେଶରେ ପ୍ରଶଂସା ସାଉଁଟିଲେ । ଜଗନ୍ନାଥ ପ୍ରେୀମୀଙ୍କ ମନର ଭାବକୁ ବୁଝି ଗଉଥିଲେ ଭକ୍ତିର ସଙ୍ଗୀତ ।

କଣ୍ଠରେ ଭାବ ହୃଦୟରେ ଭକ୍ତି ଏବଂ ମନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା । ସେହି 'ଭଜନ ସମ୍ରାଟ' ଭିକାରୀ ବଳଙ୍କ ଆଜି ଜନ୍ମ ଜୟନ୍ତୀ । ୧୯୨୯ ମସିହା ମେ ୨୫ ତାରିଖରେ କେନ୍ଦ୍ରାପଡାର ସୋବଳା ଗାଁରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ଗାୟକ । ପିତା ରାମଚନ୍ଦ୍ର ବଳ ଏବଂ ମାତା ଗେହ୍ଲାରାଣୀ ବଳ । ତାଙ୍କ ବାପା-ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, କେବଳ ଭିକାରୀ ହିଁ ଜୀବିତ ରହିବାରୁ ତାଙ୍କ ନାମ ରଖାଯାଇଥିଲା 'ଭିକାରୀ' । ପିଲାଟି ବେଳୁ ତାଙ୍କ ବାପା-ମାଆ ଆରପାରିକୁ ଚାଲି ଯାଇଥିଲେ । କିନ୍ତୁ ଦାରିଦ୍ର୍ୟ ତାଙ୍କୁ ସଙ୍ଗୀତରୁ ଦୂରେଇ ପାରିନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ଧରିଥିଲେ ହାରମୋନିୟମ । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

Bhikari Bal

ତାଙ୍କ ପାଇଁ ଜୀବନ ଥିଲା ସଙ୍ଗୀତ । କଟକ କଳାବିକାଶ କେନ୍ଦ୍ରରୁ ଓଡିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । କୋଠ ଭୋଗ ଖିଆ ଗୀତ ପରଠୁ ଘରେ ଘରେ ପରିଚିତ ହୋଇଥିଲେ ଭିକାରୀ । ଏହି ଗୀତ ୭୦ ଦଶକରେ ଭକ୍ତି ଭାବର ଏକ ଅନନ୍ୟ ଧାରା ସୃଷ୍ଟି କରିଥିଲା । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି । ଓଡିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ।

ଓଡିଶା ଭଜନ ଜଗତକୁ ଗୋଟିଏ ପରେ ଗୋଟିଏ ସଫଳତା ଦେଇ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କର କମଳରୁ 'ଭଜନ ସମ୍ରାଟ' ଉପାଧୀ ପାଆନ୍ତି । ଏପରିକି ତାଙ୍କୁ ଶ୍ରୀମନ୍ଦିର ସେବା ପାଇଁ ଅନୁମତି ଦିଆ ଯାଇଥିଲା । ସେ ଜଗନ୍ନାଥଙ୍କ ଚାମର ସେବା ପାଇଁ ମଧ୍ୟ ସୁଯୋଗ ପାଇଥିଲେ । ପାର୍କିନସନ୍ ରୋଗରେ ପୀଡିତ ହୋଇ ୨୦୧୦ ମସିହା ଆଜିର ଦିନରେ ଇହଲୀଳା ତ୍ୟାଗ କରିଥିଲେ ଭଜନ ସମ୍ରାଟ । ହେଲେ ଓଡିଶା ସଙ୍ଗୀତ ଜଗତ ଥିବା ପର୍ୟ୍ୟନ୍ତ ତାଙ୍କ ଅବଦାନ ସ୍ମରଣୀୟ ରହିବ । ଭଜନ କଥା ମନେ ପଡିଲେ ଭିକାରୀ ମନେ ପଡନ୍ତି ଏହି ଅଦ୍ୱିତୀୟ ମହାନୁଭବ କଣ୍ଠଶିଳ୍ପୀ । ଆଜି ତାଙ୍କ ପୂଣ୍ୟ ତିଥିରୁ ତାଙ୍କୁ ହୃଦୟର କୋଟି ପ୍ରଣାମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+