ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ। ବୁଲୁ ଓରଫ ନାରାୟଣ ସତନାମୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଇରାଶିଷ। ୨୦୧୮ ମସିହାରେ ସଂଗଠିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ଇରଶିଷଙ୍କ ସମେତ ଅନ୍ୟ ୩ ଜଣ ପ୍ରମୋଦ ପୋଢ଼, ବବୁଲୁ ନାଗ ଓ ବଣ୍ଟି ପୁରୋହିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହି ଘଟଣାରେ ଇରଶିଷ ଓ ଅନ୍ୟ ୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଆଇପିସିର ଧାରା ୩୦୨, ୧୧୪, ୩୪ ଓ ୨୫, ୨୭, ୨୯ ଆର୍ମସ ଆକ୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହେଲେ ସମସ୍ତ ସାକ୍ଷ୍ୟମାନଙ୍କ ବୟାନକୁ ଭିତ୍ତି କରି ବିଧାୟକ ଇରାଶିଷଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ସଂଘମିତ୍ରା ଶର୍ମା। ଉକ୍ତ ଘଟଣା ସମୟରେ ବିଜେପୁର ଉପନିର୍ବାଚନବେଳେ ସଂଗଠିତ ଏକ ଗଣ୍ଡଗୋଳରେ ଆହତ ହୋଇ ଇରାଶିଷ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ ବୋଲି ଇରାଶିଷଙ୍କ ଓକିଲ କହିଛନ୍ତି।












Click it and Unblock the Notifications