ମଝି ଚିଲିକାରେ ଫସିଲା ଭସାପୋଲ; ୪୦ ଯାତ୍ରୀ, ୨୦ ବାଇକ ଥିବା ସୂଚନା
କୃଷ୍ଣପ୍ରସାଦ : ମଝି ଚିଲିକାରେ ଫସିଲା ଭସାପୋଲ । ଜହ୍ନିକୁଦାରୁ ସାତପଡ଼ା ଫେରିବା ବେଳେ ଫସିଲା ଭସାପୋଲ । ଭସାପୋଲରେ ପ୍ରାୟ ୪୦ ଯାତ୍ରୀ, ୨୦ ବାଇକ ଥିବା ସୂଚନା ରହିଛି । ତେବେ ଏଯାଏଁ କୌଣସି ସ୍ପଷ୍ଟତା ଆସିନାହିଁ ।

ଫସିଥିବା ଯାତ୍ରୀମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ଏପରି ଘଟଣା ଚିଲିକାରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ହେଲେ ଏହାର ସ୍ଥାୟୀ ସମାଧାନ ପ୍ରତି C.D.A ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ହେବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି ।
ନିକଟରେ ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । ଯିବା ସମୟରେ ହଠାତ୍ ଚିଲିକା ମଝିରେ ଡଙ୍ଗାଟି ଅଟକି ଯାଇଥିଲା । ଡଙ୍ଗାରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ ।
ଏହି ପୋଲ ମୁଖ୍ୟତଃ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ କରୁଥିବା ବେଳେ ଏହା ଉପରେ ୧୪ଟି ପଞ୍ଚାୟତର ୯୦ ଗ୍ରାମବାସୀ ନିର୍ଭର କରିଥାନ୍ତି। ପୁରୀ ତଥା ଭୁବନେଶ୍ୱରକୁ ଅଫିସ୍ ତଥା କଲେଜ ଯାତାୟତ କରିବା ପାଇଁ ଏହି ଭସା ପୋଲ ଉପରେ ହିଁ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏହି ପୋଲଟି ବୁଡ଼ିଯିବାରୁ ଛୋଟ ଛୋଟ ଡଙ୍ଗାରେ ଅଧିକ ଟଙ୍କା ଦେଇ ବିପଦସଙ୍କୁଳ ଭାବେ ଯାତାୟତ କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।












Click it and Unblock the Notifications