ଦିଲ୍ଲୀରୁ ଫେରିଲେ ଭାର୍ତ୍ତୃହରି, ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି ପକ୍ଷରୁ କରାଗଲା ସ୍ବାଗତ
ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି ନେତା ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ କରିଛି ରାଜ୍ୟ ବିଜେପି । କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ଭାବରେ ଭାର୍ତ୍ତୃହରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେ କହିଛନ୍ତି ଯେ ୨୦୨୪ ଜୁନରେ ପରିବର୍ତ୍ତନ ଦେଖିବାକୁ ମିଳିବ ଓଡ଼ିଶାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଭର୍ତ୍ତୃହରି ମହତାବଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସିନେ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ଓ ଅରିନ୍ଦମ ରାୟଙ୍କ ସମେତ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଉଛି।
ସୁଚନା ଯୋଗ୍ୟ ଯେ ଗତ କାଲି ବିଜେପି ପକ୍ଷରୁ ଜାରି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ସଂରକ୍ଷିତ ଆସନରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା ବିଜେପିର ଲୋକସଭା ପ୍ରାର୍ଥୀ ହେବେ ।
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବରୁ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା ।
କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି କନ୍ଧମାଳରେ ଅଚ୍ୟୁତ ସାମନ୍ତ ଓ ଯାଜପୁରରେ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି ।












Click it and Unblock the Notifications