Get Updates
Get notified of breaking news, exclusive insights, and must-see stories!

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ଅନୁଭବ

SDJM କୋର୍ଟରେ ବର୍ଷା ଅନୁଭବ ବିବାଦ । ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି ।

କଟକ: ସ୍ଥାନୀୟ SDJM କୋର୍ଟରେ ବର୍ଷା ଅନୁଭବ ବିବାଦ । ମଧ୍ୟସ୍ତତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି । ଏଥିପାଇଁ ସମୟ ମାଗିଛନ୍ତି ଅନୁଭବ । SDJM କୋର୍ଟ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ। ମଧ୍ୟସ୍ଥତା ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ SDJM। ତେବେ ଫେବୃଆରୀ ୨୩ରେ ମଧ୍ୟସ୍ଥତା ପାଇଁ ପରବର୍ତ୍ତୀ ତାରିଖ ଚୂଡାନ୍ତ ହୋଇଛି ।

Anubhav Mohanty

ପାରିବାରିକ ବିବାଦରେ ଛନ୍ଦି ହୋଇ ରହିଛି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ। ବର୍ଷା ଏନେଇ ମହିଳା କମିଶନରେ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ ଅନୁଭବ, ବର୍ଷା, ଅନୁଭବଙ୍କ ବାପା ଓ ମାଆଙ୍କୁ ହାଜର ପାଇଁ କମିଶନ ନୋଟିସ୍‌ କରିଥିଲେ। ନୋଟିସ୍‌ ମୁତାବକ ପ୍ରଥମେ ବର୍ଷା ମହିଳା କମିଶନଙ୍କ ଅଫିସରେ ପହଞ୍ଚିଥିଲେ । ପରେ ଅନୁଭବ ଆସିଥିଲେ। ହେଲେ ଅନୁଭବଙ୍କ ବାପା-ମାଆ ଆସିନଥିଲେ।

ପରବର୍ତ୍ତୀ ସମୟରେ ବର୍ଷା -ଅନୁଭବ ବିବାଦ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଥିଲା । ବର୍ଷାଙ୍କ ଏତଲା ଆଧାରରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ବର୍ଷାଙ୍କ ଏହି ଅଭିଯୋଗ ପରେ ପୁଲିସ୍ ଅନୁଭବଙ୍କ ବାସଭବନକୁ ମଧ୍ୟ ଯାଇ ତଦନ୍ତ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+