Bharatpur PS Case:୧୯ ତାରିଖରେ ସ୍ପଟ୍ ଭିଜିଟ କରିବେ ତଦନ୍ତ କମିଶନ

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅପିସର-ପୋଲିସ ବିବାଦ ମାମଲା । ଗୁରୁବାର ଦିନ କମିଶନଙ୍କ ନିକଟରେ ହାଜର ହୋଇଥିଲେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ । ଏଥିସହିତ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ଓକିଲ ସନ୍ଦୀପ ରାଜ ପଣ୍ଡା ହାଜର ହୋଇଥିବା ବେଳେ ନିଲମ୍ବିତ ତିନି ମହିଳା ଥାନା କର୍ମଚାରୀଙ୍କ ଓକିଲ ହାଜର ହୋଇଛନ୍ତି । ଘଟଣାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ କମିଶନ ନୋଟିସ୍ କରିଥିଲେ ।

ସେହିପରି ଭରତପୁର ଥାନାରେ ପୋଲିସ ସେନା ଅଧିକାରୀ ବିବାଦ ମାମଲାରେ ସ୍ପଟ୍ ଭିଜିଟ୍ କରିବେ ତଦନ୍ତ କମିଶନ। ଆସନ୍ତା ୧୯ ତାରିଖରେ କମିଶନ ସ୍ପଟ୍ ଭିଜିଟ କରିବେ। ଭରତପୁର ଥାନାକୁ ଯିବା ସହ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ସହିତ ଯେଉଁ ସ୍ଥାନରେ ଛାତ୍ରମାନେ ଗଣ୍ଡଗୋଳ କରିଥିଲେ ସେହି ସ୍ଥାନକୁ ଯାଇ କମିଶନ ସରଜମିନ୍ ତଦନ୍ତ କରିବେ। ଆସନ୍ତା ୩୦ ତାରିଖରେ କମିଶନ ମାମଲାର ଦ୍ଵିତୀୟ ଶୁଣାଣି କରିବେ।

ଗୁରୁବାର ପକ୍ଷ ଓ ପ୍ରତିପକ୍ଷଙ୍କ ମଧ୍ୟରେ ସତ୍ୟପାଠ ଆଦାନ ପ୍ରଦାନ କରାଯାଇଥିଲା। ଉଭୟ ପକ୍ଷଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଓ ସତ୍ୟପାଠ ସମ୍ପର୍କରେ ତଦନ୍ତ କମିଶନ ଅବଗତ କରାଇଥିଲେ। ଆସନ୍ତା ୩୦ ତାରିଖରେ ଉଭୟ ପକ୍ଷ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ସମୟରେ କମିଶନ ସଚିବ ଶୁଭେନ୍ଦ୍ର ମହାନ୍ତି, ମେଜର ଓ ପୀଡ଼ିତାଙ୍କ ଓକିଲ ଯଶୋବନ୍ତ ଦାସ ଏବଂ ପୀଡ଼ିତାଙ୍କ ବାପା ଅନ୍ତର୍ଯ୍ୟାମୀ ପ୍ରଧାନ ଉପସ୍ଥିତ ଥିଲେ।

Bharatpur PS Case

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମେଜରଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୁଲିସ ଆକ୍ରମଣ କରିଥିବା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+