ଭରତପୁର ଥାନା ଘଟଣା ; ୭ ଯୁବକଙ୍କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରାଇଲା ପୋଲିସ
ମେଜର ଏବଂ ବାନ୍ଧବୀଙ୍କୁ ରୋଡ୍ ରୋମିଓ ଦୁର୍ବ୍ୟବହାର କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ୭ ଯୁବକଙ୍କୁ ନେଇ ଚନ୍ଦକା ପୁଲିସ୍ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି।

ପୁଲିସ୍ ଘଟଣାରେ ଫେରାର୍ ଥିବା ଆଉ ୩ରୁ ୪ ଯୁବକଙ୍କୁ ଖୋଜୁଛି। ଶୁକ୍ରବାର ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ପୁଲିସ୍ ୭ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
ସେପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରୁଛି । ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରୁଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି।












Click it and Unblock the Notifications