Get Updates
Get notified of breaking news, exclusive insights, and must-see stories!

ଭରତପୁର ଥାନା ଘଟଣା: ଉଦବେଗ ପ୍ରକାଶ କଲେ ହାଇକୋର୍ଟ, ଜନସ୍ୱାର୍ଥ ମାମଲା ରୁଜୁ

Bharatpur Police Station Incident: ଭରତପୁର ଥାନା ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଏହି ମାମଲାକୁ ଉଦବେଗ ପ୍ରକାଶ କଲେ ହାଇକୋର୍ଟ ଏବଂ ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କଲେ ହାଇକୋର୍ଟ । ସେହିପରି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ନାମ ବ୍ୟବହାର ନକରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଆସନ୍ତା ଶୁଣାଣି ଅକ୍ଟୋବର ୯ ତାରିଖରେ କରାଯିବ ।

ଅନ୍ୟପକ୍ଷରେ ସମସ୍ତ ଥାନାରେ ସିସିଟିଭ ଲାଗିବା ଉଚିତ୍ ବୋଲି ମଧ୍ୟ କୋର୍ଟ କହିଛନ୍ତି । ୬୫୦ ରୁ ୫୭ ଥାନାରେ ସିସିଟିଭ ଲାଗି ନାହିଁ ତେଣୁ ତୁରନ୍ତ ସମସ୍ତ ଥାନାରେ ସିସିଟିଭି ଲଗାଇବା ପାଇଁ ପୋଲିସ ଆଧୁନିକୀକରଣ ଏଡିଜିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି CCTV ଲାଗିଥାନ୍ତା ତେବେ ସେଦିନର ସମ୍ପୁର୍ଣ୍ଣ ଘଟଣା ସାମ୍ନାକୁ ଆସିପାରିଥାନ୍ତା ।

High Court

ତେବେ ଏପରି ଘଟଣା ଚିନ୍ତାଜନକ ବୋଲି ହାଇକୋର୍ଟ କହିଛନ୍ତି, ଏପରି ହେଲେ ସାଧାରଣ ଲୋକ ଥାନାକୁ ଯିବା ପାଇଁ ଭୟ କରିବେ । ତେଣୁ ତୁରନ୍ତ ଏହି ମାମଲା ନେଇ ପଦକ୍ଷେପ ନେବା ପାଇଁ ସରକାରୀ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ନିରପେକ୍ଷ ଓ ଉପଯୁକ୍ତ ତଦନ୍ତ କରିବା ପୋଲିସର ଅଧିକାର, ସେଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+