ଭାରତପୁର ଥାନା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେନା କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀ
ଭାରତପୁର ଥାନାରେ ହାଇଡ୍ରାମା ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସେନା କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀ । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହିଛନ୍ତି ।

ଖବର ଅନୁଯାୟୀ, ଭରତପୁର ହାଇଡ୍ରାମା ଘଟଣାରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଚିତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମାନ୍ୟବର କମିଶନକୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଆଉ ଏବେ ସେନା କ୍ୟାପଟେନ୍ ଏବଂ ବାନ୍ଧବୀ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ।












Click it and Unblock the Notifications