ଭରତପୁର ଥାନା ମାମଲା ; ଆସିଲା ଫୋରେନସିକ୍ ରିପୋର୍ଟ
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ମାମଲାରେ ଆସିଲା ଫୋରେନସିକ୍ ରିପୋର୍ଟ । ଗୁଜୁରାଟ ସ୍ଥିତ ଲାବ୍ରୁ ଏହି ଫୋରେନସିକ୍ ରିପୋର୍ଟ ଆସିଛି ।

ତେବେ ଏହି ଫୋରେନସିକ୍ ରିପୋର୍ଟ ଖୋଲିବ ଘଟଣାର ପ୍ରକୃତ ରହସ୍ୟ । ଗୁଜୁରାଟ ଫୋରେନସିକ୍ ଲାବ୍ରେ ଭରତପୁର ଥାନା ଅଧିକାରୀଙ୍କର ଫୋରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ତିନି ଜଣ ଏସ୍ଆଇ ଓ ଜଣେ ଏଏସ୍ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।
ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀ ଉପସ୍ଥିତ
ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।












Click it and Unblock the Notifications