ଭରତପୁର ଥାନା ମାମଲା ; ୫ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ହାଇକୋର୍ଟ ଝଟକା
ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା।

ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୫ ପୁଲିସ ଅଧିକାରୀ। ଶୁକ୍ରବାର ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ପାଇଁ ମନା କରିଦେଇଛନ୍ତି। ସେହିପରି ମାମଲାର ତଦନ୍ତ ସ୍ଥିତି ଏବଂ କେସ୍ ଡାଏରୀ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବକାଶ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।












Click it and Unblock the Notifications