ଭରତପୁର ଥାନାରେ ମାମଲା: ଆଜି ରାଜଭବନ ଆଗରେ ବିଜେଡିର ପ୍ରତିବାଦ
Bharatpur Police Station Case: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲା । ଆଜି ରାଜଭବନ ଆଗରେ ବିଜେଡି କରିବ ବିକ୍ଷୋଭ ପ୍ରଦର୍ଶନ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହୋଇଥିବା ଘଟଣାର ନିନ୍ଦା କରିଛି ବିଜେଡି। ଉଭୟଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବେ ।
ସେହିପର ବିରୋଧୀ ଦଳ ଅଭିଯୋଗ ଆଣିଛି, ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି, ଯେଉଁଥି ପାଇଁ ଏକ ଥାନାରେ ଏପରି ନନ୍ଦନିୟ ଘଟଣା ଘଟିଛି । ଜଣେ ସେନା ଅଧିକାରୀଙ୍କ ସହ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ । ବର୍ତ୍ତମାନ ଓଡ଼ିଶାର ଆଇନ ରାଜ୍ୟ ସରକାରଙ୍କ ହାତରେ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ଅନ୍ୟପଟେ ଭରତପୁର ଥାନାରେ ଘଟିଥିବା ମାମଲାକୁ ବିରୋଧ କରି ଭୁବନେଶ୍ୱର ପୋଲିସ କମିଶନର ଅଫିସ ଆଗରେ ବିଜେଡି ନେତା ମନ୍ମଥ ରାଉତରାୟ ଧାରଣ ଦେଇଛନ୍ତି । ସେ କହିଛନ୍ତି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ । ସେ ଦାବି କରିଛନ୍ତି, ଏପରି ଏହି ଘଟଣାରେ ସଂପୃକ୍ତ ଥିବା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରି ଜେଲ ପଠାଯାଉ ।












Click it and Unblock the Notifications