ଭରତପୁର ଥାନା ମାମଲା: ଆଉ ୪ ଜଣ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
Odisha News: ଭରତପୁର ଥାନା ମାମଲାରେ ଆଉ ୪ ଜଣ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଆଜି ଏନେଇ ଭୁବନେଶ୍ୱର ଏସଜିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ସବ୍-ଇନ୍ସପେକ୍ଟର ଓ ୨ ଜଣ ମହିଳା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର । ଏହାସହ ଉକ୍ତ ରାତିରେ ଉପସ୍ଥିତ ଥିବା ଆଉ ଜଣେ ପୋଲିସ ଅଧିକାରୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯିବ । ପଲିଗ୍ରାଫ ଟେଷ୍ଟ ପାଇଁ ସେମାନଙ୍କୁ ଗୁଜରାଟର ଗାନ୍ଧିନଗର ନିଆଯିବ । ହେଲେ ନିଲମ୍ବିତ ହୋଇଥିଲା କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।

ସେହିପରି ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଥିଲା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ SDJM କୋର୍ଟ । ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଦୀନକୃଷ୍ଣ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ ବୋଲି ଜଣାଯାଇଛି ।












Click it and Unblock the Notifications