ଭରତପୁର ଥାନା ବିବାଦ:ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ୫ ପୁଲିସ କର୍ମଚାରୀ, ଗିରଫ ହେବାର ଭୟ!

କଟକ: ଭରତପୁର ଥାନା ବିବାଦ ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ୫ ପୋଲିସ କର୍ମଚାରୀ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ, ଉଲ୍ଲେଖ ଥାଉ କି ଭରତପୁର ଥାନା ମାମଲାରେ ମିଛଧରା ପରୀକ୍ଷାର ସମ୍ମୁଖୀନ ‌ହେବାକୁ ଥିବା ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ଗୁଜୁରାଟ ଯାଇଥିବାବେଳେ ଗାନ୍ଧୀନଗରସ୍ଥିତ ଫୋରେନ୍‌ସିକ୍ ଲାବରେଟୋରିରେ ସେମାନଙ୍କର ମିଛଧରା ପରୀକ୍ଷା କରାଯାଇଛି ।

ଯଦି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ମାମଲା ଯୋଗ୍ୟ ପ୍ରମାଣ ମିଳେ, ତେବେ କୌଣସି ମୁହୂର୍ତ୍ତରେ ସେମାନେ ଗିରଫ ହୋଇପାରନ୍ତି। ତେଣୁ ଗିରଫଦାରୀ ଏଡାଇବା ଲାଗି ଏବେ ସମସ୍ତ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ଏକ ଅଭିଯୋଗ କରିବାକୁ ଯାଇଥିବାବେଳେ ସେମାନଙ୍କୁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା।

Bharatpur police station

ଏହି ଘଟଣାରେ ସଠିକ୍‌‌ ଭାବେ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+