ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା’; ଜାଣନ୍ତୁ କାରଣ ?
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା। ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା କଲେ ପୋଲିସ ଅଧିକାରୀଙ୍କ ମା'। ପୀଡ଼ିତା ଯେଉଁ ମହିଳା ପୋଲିସ ହାତ କାମୁଡ଼ିଥିଲେ, ତାଙ୍କ ମା'ଙ୍କ ପକ୍ଷରୁ ମାମଲା। କୋର୍ଟ ଆଦେଶ ଅବମାନନା ନେଇ ମାମଲା କଲେ ପୋଲିସ ଅଫିସରଙ୍କ ମା ।
ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ ମନା କରିଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲକୁ ଆସିଥିଲେ ପୀଡ଼ିତା । ଜଣେ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ । ଏହାକୁ ନେଇ ତାଙ୍କ ପରିବାର ମାନସିକ ଚାପରେ ଥିବା ପିଟିସନରେ ଉଲ୍ଲେଖ।

ଭରତପୁର ଥାନା ମାମଲାରେ ନିଲମ୍ବିତ ଆଉ ୩ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ । ଜଣେ SIଙ୍କ ସହ ୨ ଏଏସ୍ଆଇଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ମିଳିଛି । ନିଲମ୍ବିତ ପୋଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳାମୟୀ ସାହୁ ଓ ଏଏସଆଇ ସାଗରିକା ରଥଙ୍କର ହେବ ପଲିଗ୍ରାଫ ଟେଷ୍ଟ ।
ପୂର୍ବରୁ ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମିଳିଥିଲା । ଏଥିପାଇଁ ସମସ୍ତ ୪ ଅଧିକାରୀ ଗୁଜରାଟ ଯିବେ । ଗତ କିଛିଦିନ ତଳେ ସିନ୍ ରିକ୍ରିଏସନ୍ ହୋଇଥିଲା । ମେଜରଙ୍କୁ କିଏ ଓ କେମିତି ସେଲ୍ ଭିତରେ ପୁରାଇଲା ? ତାଙ୍କ ବାନ୍ଧବୀଙ୍କୁ କେଉଁଠୁ କିଏ ଘୋଷାଡ଼ି ଘୋଷାଡ଼ି ନେଲା ? ବାନ୍ଧବୀଙ୍କୁ କିଏ ମାଡ଼ ମାରିଲା ? ଥାନା ଆଇଆଇସି କେଉଁଠି ଛିଡ଼ା ହୋଇଥିଲେ? ଏସବୁ ଗୋଟି ଗୋଟି କରି ବଖାଣିଥିଲେ ପୀଡ଼ିତା ।












Click it and Unblock the Notifications