ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରିୟ ନବ ବର୍ଷ ପାଳିତ

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି,୯ ଅପ୍ରିଲ ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ପ୍ରାନ୍ତ ସ୍ତରୀୟ ରାଷ୍ଟ୍ରୀୟ ନବ ବର୍ଷ,ନବ ସମ୍ବଶ୍ଚର୍ ବିକ୍ରମ ସମ୍ବତ ୨୦୮୧, ଯୁଗାବ୍ଦ ୫୧୨୬, ଶକାବ୍ଦ ୧୯୪୬, ସୃଷ୍ଟି ସମ୍ବସ୍ଚର ୧୯୭୨୯୪୯୧୨୫ ମହା ସମାରୋହରେ ପାଳିତ ହୋଇଯାଇଛି।

ପ୍ରାରମ୍ଭ ରେ ବୈଦିକ ମଙ୍ଗଳାଚରଣ, ବେଦପାଠ, ମହା ଆରତୀ ଓ ସଂକୀର୍ତ୍ତନ ମଧ୍ୟ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲାବେଳେ ପ୍ରାନ୍ତ ମହାସଚିବ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ର କ୍ଷେତ୍ରୀୟ ମହାସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ରାଷ୍ଟ୍ରିୟ ନବ ବର୍ଷ ଅବସରରେ ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇବା ସହ ପୌରାଣିକ,ଐତିହାସିକ, ବୈଜ୍ଞାନିକ ତଥା ତାତ୍ତ୍ଵିକ ଦୃଷ୍ଟିରୁ ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବ ବର୍ଷ ପାଳନ କରିବା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ମତ ରଖିବା ସହ ,

ବ୍ରହ୍ମାଙ୍କ ସୃଷ୍ଟି ର ସରଞ୍ଚନା ଠାରୁ ବର୍ତମାନ ଚାଲୁଥିବା ଶ୍ୱେତବରାହ କଳ୍ପ କୁ ୧୯୭୨୯୪୯୧୨୫ ହୋଇଥିବା ତଥା ଭାରତୀୟ ଗଣନା କାରୀ ମାନେ ୧୯୭ କୋଟି ବର୍ଷ ର କାଳଗଣନା ପଦ୍ଧତି କୁ ସୁରକ୍ଷୀତ ରଖିବା ପାଇଁ ସେକେଣ୍ଡ ର ଅତି ସୁକ୍ଷ୍ମାତି ସୂକ୍ଷ୍ମ ବିଭାଜନ ଠାରୁ ଆରମ୍ଭ କରି ଯୁଗ, ମହାଯୁଗ, ମନୁ, କଳ୍ପ ଭଳି ବିଶାଳ ଗାଣିତିକ ସଙ୍କେତ କୁ ବ୍ୟବହାର କରି କାଳ ଗଣନା କରି ଆସୁଛନ୍ତି। ଆହୁରି କହିଥିଲେ ଯେ ଭାରତ ବିକାଶ ପରିଷଦ ଭାରତର ପ୍ରାଚୀନ ସାଂସ୍କୃତିକ ବିକାଶ ଧାରାରେ ମୂଲ୍ୟବୋଧ ଭିତ୍ତିକ ଜୀବନଚର୍ଯ୍ୟା ମାଧ୍ୟମରେ ଭାରତ ର ସର୍ବାଙ୍ଗୀନ ବିକାଶ ପାଇଁ ସତତ ଚେଷ୍ଟିତ ଏକ ସାମାଜିକ,

ram lala

ସାଂସ୍କୃତିକ ଅଣରାଜନୈତିକ ସେବା ପ୍ରତିଷ୍ଠାନ, ନିଜର ସଦସ୍ୟ ମାନଙ୍କ ମାଧ୍ୟମରେ ସମାଜର ବଞ୍ଚିତ ବର୍ଗର ଜନ ସାଧାରଣ ଙ୍କର ସେବା ତଥା ନୂତନ ପିଢ଼ିର ଵ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି ଜନିତ ସଂସ୍କାର ଦ୍ୱାରା ସମାଜ ପରିବର୍ତ୍ତନ ନିମନ୍ତେ କାର୍ଯ୍ୟରତ।
ଭାରତୀୟ କିଷାନ ସଂଘ ର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଶ୍ରୀନିବାସ ଜି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ, ରାଷ୍ଟ୍ରୀୟ ନବ ବର୍ଷ ସୃଷ୍ଟିର ପ୍ରାରମ୍ଭ ସହିତ ଜଡିତ। ବ୍ରହ୍ମା ଙ୍କ ଦ୍ଵାରା ଯେଉଁଦିନ ସୃଷ୍ଟିର ସଂରଚନା ଆରମ୍ଭ ହେଲା ସେହି ଦିନ ଠାରୁ ସୃଷ୍ଟି ସମ୍ବଶ୍ଚର ଆରମ୍ଭ ହେଲା ବୋଲି ମତ ରଖିଥିଲେ।ପାଶ୍ଚାତ୍ୟ କାଳ ଗଣନା ପଦ୍ଧତି ସହ ଭାରତୀୟ ପରିବେଶ,

ସଂସ୍କୃତି, ଇତିହାସ ଓ ଭାବନାର କୌଣସି ସଂବଦ୍ଧ ନଥାଏ।ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ, ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ, ବୀର ଅର୍ଜୁନ ଙ୍କ ପୌତ୍ର ପରୀକ୍ଷିତ ମହାରାଜ ସମ୍ପୂର୍ଣ ସଂସାର ର ସମ୍ରାଟ ଏହି ଦିନରୁ ହୋଇଥିଲେ, କଳିଯୁଗର ୩୦୪୪ ବର୍ଷ ପରେ ଇଶା ମସିହାଙ୍କ ୫୭ ବର୍ଷ ପୂର୍ବେ ଧାର୍ମିକ ତଥା ପ୍ରତାପୀ ରାଜା ବିକ୍ରମାଦିତ୍ୟ ପ୍ରଜା ଙ୍କ ସମ୍ପୂର୍ଣ୍ଣ ଋଣ କୁ ଚୁକ୍ତି କରି ନିଜ ଉପର କୁ ନେଇ ନୂଆ ସମ୍ବତ ଆରମ୍ଭ କରିଥିଲେ ଯାହା ଆଜି ର ଗଣନା ଅନୁଯାୟୀ ବିକ୍ରମ ସମ୍ବତ ୨୦୮୧,ଯାହାକି ଉତ୍ତର ଭାରତରେ ଅଧିକ ପ୍ରଚଳିତ,

ବିକ୍ରମ ସମ୍ବତ ଆରମ୍ଭର ୧୩୫ ବର୍ଷ ପରେ ରାଜା ଶାଳିବାହନ ନିଜର ସମ୍ବତ ଚୈତ୍ର ଶୁକ୍ଳ ପ୍ରତିପଦ ରୁ ଆରମ୍ଭ କରିଥିଲେ ଯାହା ଦକ୍ଷିଣ ଭାରତରେ ଅଧିକ ପ୍ରଚଳିତ, ସେହିପରି ଋତୁ ର ପରିବର୍ତ୍ତନ,ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ,ଆର୍ଥିକ ବର୍ଷ ର ପରିବର୍ତ୍ତନ,ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ଚୈତ୍ର ଶୁକ୍ଳ ପ୍ରତିପଦା ରେ ନବ ସମ୍ବତ ବା ରାଷ୍ଟ୍ରିୟ ନବବର୍ଷ ରେ ପ୍ରାରମ୍ଭ ହେଉ ଥିବାରୁ ତଥା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନ ର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ,

ବ୍ରତ,ଜନ୍ମ ଜାତକ,ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ହେଉଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଠାରୁ ରାଷ୍ଟ୍ରିୟ ନବବର୍ଷ ପାଳନ କରିବାକୁ ଆହ୍ୱାନ କରିଥିଲେ।ଭାରତୀୟ ନବ ବର୍ଷ ପାଳନର ମହତ୍ୱ ଏବଂ ଚୈତ୍ର ମାସର ପ୍ରାରମ୍ଭ କୃଷ୍ଣ ପକ୍ଷ ଦେବତା ତଥା ପିତୃ ପୁରୁଷ ଙ୍କ ପାଇଁ ଉଦ୍ଧିଷ୍ଟ ଥିବାରୁ ମାନବ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶୁକ୍ଳ ପକ୍ଷରେ ନବବର୍ଷ ପାଳନ ସମ୍ପର୍କରେ ମତ ରଖିଥିଲେ।

ଭାରତର ବିଶିଷ୍ଟ ଭାଷାବିତ,ସମାଜ ବିଜ୍ଞାନୀ ଓ ଭାରତୀୟ ଭାଷା କେନ୍ଦ୍ର ର ପ୍ରଥମ ନିର୍ଦେଶକ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟାନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଭାରତୀୟ ପରମ୍ପରା ର ମୂଳ ହେଉଛି ସାମୁହିକ ଚିନ୍ତନ। କ୍ଷେତ୍ରୀୟ ସଂଯୁକ୍ତ ମହା ସଚିବ ଶୁଭାଶିଷ କର ଓଡିଶା ପୂର୍ବ ପ୍ରାନ୍ତ ର ଦାୟିତ୍ୱଧାରୀ ମାନଙ୍କୁ ଶପଥ ପାଠ କରାଇଥିଲେ।

ଶୁଭ କଳସ ସ୍ଥାପନ, ଦୀପମାଳା ଓ ଆମ୍ବଡାଳ ତୋରଣରେ ସୁସଜ୍ଜିତ ସଭା ବେଦଧ୍ବନୀ ଓ ସମୂହ ବନ୍ଦେ ମାତରଂ ଗାନ ସହ ଆରମ୍ଭ ହୋଇ, ସମୂହ ଜାତୀୟ ସଙ୍ଗୀତ ଗାନ ସହିତ ସଭା ସାଙ୍ଗ ହୋଇଥିଲା । ଏବଂ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂର୍ବ ବର୍ଷ ସର୍ବାଧିକ ସଦସ୍ୟତା କରିଥିବା ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା କୁ ସମ୍ମାନିତ କରାଯାଇଥିଲା। ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ .ଶ୍ରୀଯୁକ୍ତ ସନ୍ତୋଷ ପାଢ଼ୀ,ସନ୍ତୋଷ କୁମାର ପାଢ଼ୀ,

ବିକ୍ରମ କୁମାର ପ୍ରଧାନ,ବିଶ୍ୱ ରଞ୍ଜନ ଦାସ, ସନ୍ତୋଷ କୁମାର ସାହୁ,ସଞ୍ଜୟ କୁମାର ସାହୁ,ଅଭିରାମ ପ୍ରସାଦ ଦାସ,ସନ୍ତୋଷ କୁମାର ବରଦା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ପୂର୍ବ ପ୍ରାନ୍ତ ଅର୍ଥ ସଚିବ ଶ୍ରୀ ନରସିଂହ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀମତୀ ସୁପ୍ରିତି ରଥ,ରାମ ଚନ୍ଦ୍ର ଦଳାଇ, ତପଶ୍ୱନି ଦାଶ, ନୃସିଂହ ନାଥ ନନ୍ଦ, ନିହାର ରଞ୍ଜନ ସ୍ୱାଇଁ, ସଂଯୁକ୍ତା ମିଶ୍ର, ବିଜୟ ନନ୍ଦିନୀ ଦୁବେ, ସସ୍ମିତା ବନ୍ଦର ନାୟକ,ସସି ପ୍ରଭା ଦାସ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+