ଅକ୍ଟୋବର ୩୧ରୁ ଓଡ଼ିଶାରେ 'ଭାରତ ଯୋଡୋ', ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା

ଅକ୍ଟୋବର ୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଯୋଗଦେବେ ଜୟରାମ ରମେଶ ଓ ଦିଗବିଜୟ ସିଂ । ୨୦ ସଂସଦୀୟ କ୍ଷେତ୍ର ବୁଲିବେ ରାଜ୍ୟର ନେତା ।

ଭୁବନେଶ୍ୱର: ଅକ୍ଟୋବର ୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ । ଯୋଗଦେବେ ଜୟରାମ ରମେଶ ଓ ଦିଗବିଜୟ ସିଂ । ୨୦ ସଂସଦୀୟ କ୍ଷେତ୍ର ବୁଲିବେ ରାଜ୍ୟର ନେତା । ଏହି ପଦଯାତ୍ରାରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ।

Bharat Jodo

ଓଡ଼ିଶାରେ ଭାରତ ଯୋଡ ଯାତ୍ରା ପାଇଁ ଆଜି ରାଜ୍ୟ କଂଗ୍ରେସର ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ସାମିଲ ହେଇଥିଲେ । ପିସିସି ସଭାପତିଙ୍କ ସମେତ ଅନେକ ଛାମୁଆ ନେତାଙ୍କ ଉପସ୍ଥିତ ଏହି ବୈଠକ ବସିଥିଲା । ଭାରତ ଯୋଡ଼ର ରୂପରେଖ କେମିତି ହେବ , ସେ ନେଇ ବୈଠକରେ ପ୍ରସ୍ତୁତ ହେଇଛି ରଣନୀତି ।

୭ ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ 'ଭାରତ ଯୋଡ଼ୋ' ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ଯାଏ ୨୧୦କିଲୋମିଟର ଅତିକ୍ରମ ହେଲାଣି । ସାଢେ ପାଞ୍ଚ ମାସରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଏହା ହେବ ।ପ୍ରତିଦିନ ୨୨ କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି। ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ ହେବ । ପ୍ରତିଦିନ ସକାଳ ୭ ରୁ ୧୦.୩୦ ଯାଏଁ ହେଉଛି। ସନ୍ଧ୍ୟାରେ ୪ରୁ ସାଢେ ୭ ଯାଏ ପଦଯାତ୍ରା ହେଉଛି । କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ ବୋଲି ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।

ତେବେ ମିଳିଥିବା ସୂଚନା ମୁତାବକ, ୨୫ଟି ଜିଲ୍ଲାରେ ପଦଯାତ୍ରା କରିବା ପାଇଁ ଦଳ ଯୋଜନା କରିଛି । ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ବରଗଡ଼ ହୋଇପାରେ ବୋଲି ଆଲୋଚନା ହେଉଛି। ମାତ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ଏଆଇସିସି ନେବ। ଯେପରି ଢାଞ୍ଚାରେ ରାହୁଲ ଗାନ୍ଧୀ କଣ୍ଟେନର ସାହଯ୍ୟରେ ଯାତ୍ରା କରୁଛନ୍ତି। ଅନୁରୂପ ଭାବେ ରାଜ୍ୟ ନେତୃତ୍ୱ ମଧ୍ୟ ସେହି ଢ଼ାଞ୍ଚାରେ ଯାତ୍ରା ଆରମ୍ଭ କରିବେ। ଏ ସମ୍ପର୍କରେ ବ୍ଲକ ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି । ପଦଯାତ୍ରା ପାଇଁ ଜିଲ୍ଲା ସଂଯୋଜକ ନିଯୁକ୍ତି ଜାରି ରହିଛି । କଂଗ୍ରେସ ରାଜ୍ୟର ୩୭ ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ୩୧୪ ବ୍ଲକରେ ମଧ୍ୟ ସଂଯୋଜକ ନିଯୁକ୍ତ କରାଯିବ । ସେହିପରି ଏଆଇସିସି ନିର୍ବାଚନରେ ପିସିସିର ସକ୍ରିୟ ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛି ଦଳ।

ସେପଟେ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ । ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡିଶା ସରକାର ପରିଚାଳିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କ କଥାରେ ଉଠ ବସ ହେଉଛନ୍ତି । ନରେନ୍ଦ୍ର ମୋଦୀ ଯେମିତି କହୁଛନ୍ତି ନବୀନ ସେମିତି ପରିଚାଳିତ ହେଉଛନ୍ତି । ରାଜ୍ୟରେ ଯଦିଓ ବିଜେଡି-ବିଜେପି ଲଢୁଛନ୍ତି ହେଲେ ଦିଲ୍ଲୀରେ ଏକାଠି ହୋଇଯାଆନ୍ତି ଏହି ଦୁଇ ଦଳ । ବିଜେଡି ସାଂସଦ ମାନେ ମଧ୍ୟ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି ବୋଲି ଜୟରାମ ରମେଶ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+