ଓଡିଶାରେ ପହଞ୍ଚିଲା ଆଉ ଏକ କମ୍ପାନୀର କରୋନା ଟିକା

କୋଭିସିଲ୍ଡ ପରେ ଆଜି ସକାଳକୁ ରାଜଧାନୀ ଭୁନେଶ୍ବରରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ ।

ଭୁବନେଶ୍ବର: ଆହୁରୀ ଶାଣିତ ହେଲା କରୋନା ବିରୋଧରେ ଲଢେଇ । ମାହାମାରୀ କରୋନାକୁ ମାତ୍ ଦେବା ପାଇଁ ରାଜ୍ୟରେ ପହଞ୍ଚିଲାଣି ଦୁଇ ପ୍ରକାରର କରୋନା ଟିକା । କୋଭିସିଲ୍ଡ ପରେ ଆଜି ସକାଳକୁ ରାଜଧାନୀ ଭୁନେଶ୍ବରରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ ।

ତେବେ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ରହିଛି । ହାଇଦ୍ରାବାଦରୁ ସିଧାସଳଖ ଆସି ଭୁବନେଶ୍ବରରେ ପହଞ୍ଚିଛି ଏହି ଟିକା । ଏହାକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଏଥିନିମନ୍ତେ ବିଭିନ୍ନ ଜିଲ୍ଲାର ଗାଡ଼ି ଆସି ପହଞ୍ଚିଯାଇଛି। ଖୁବ୍‌ ଶୀଘ୍ର ଟିକା ବିତରଣ ହେବା ପରେ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ବଳୟରେ ଏହାକୁ ପଠାଯିବ।

 କରୋନା ଟିକା

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା କରୋନା ଟିକା 'କୋଭିସିଲ୍ଡ'। ପୁଣେରୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକା ଆସି ପହଞ୍ଚିଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଥିଲା ।

ପୁଣେରୁ 34 ପ୍ୟାକେଟର ଟିକା ପହଞ୍ଚିଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହି 34ଟି ପ୍ୟାକେଟରେ ୪୦,୮୦୦ ଡୋଜ କୋଭିସିଲଡ଼ ଟିକା ରହିଛି । ଏହି ଟିକାକୁ 2ରୁ 8 ଡିଗ୍ରୀ ସେଲସିୟସରେ ରଖାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+