Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପ୍ରଭାବ: ସମ୍ବଲପୁରରେ ଟ୍ରେନ୍‌ ଅଟକାଇଲେ ବିକ୍ଷୋଭକାର

ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି ।

ସମ୍ବଲପୁରରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । କ୍ଷେତରାଜପୁର ଷ୍ଟେସନରେ ୨ଟି ଟ୍ରେନ୍‌ ଅଟକାଇଲେ ବିକ୍ଷୋଭକାର । ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଟ୍ରେନ୍ ଅଟକାଇଲେ । ବଲାଙ୍ଗିର ସହରରେ ପିକେଟିଂ ସହ ନାରାବାଜି। ବିନିକା କଲେଜ ଛକରେ ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ।

ଭାରତ ବନ୍ଦ ପାଳନ ବେଳେ ବଲାଙ୍ଗିରରେ ଉତ୍ତେଜନା ଦେଖିବାକୁ ମିଳିଛି । କେନ୍ଦ୍ରୀୟ ବିଦ୍ୟାଳୟକୁ ଧସେଇ ପଶିଲେ ବିକ୍ଷୋଭକାରୀ ।

bharat bandh

ପୋଲିସ୍‌କୁ ଏନେଇ ସତର୍କ କରାଯାଇଛି ।

କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଏସ୍‌-ଏସ୍‌ଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏ ନେଇ କହିଥିଲେ ଯେ, ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରଥମିକତା ଦେବା ମିଳିବା ଜରୁରୀ । ଯାହାକୁ ବିରୋଧ କରୁଛନ୍ତି କିଛି ଦଳ । ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛି ।

ଭରତ ବନ୍ଦ ସମୟରେ କ'ଣ ବନ୍ଦ ରହିବ

ଭାରତ ବନ୍ଦ ସମୟରେ କ'ଣ ଖୋଲା ରହିବ ଏବଂ କ'ଣ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । ତେବେ ଭାରତ ବନ୍ଦ ସମୟରେ ଏହା ସାଧାରଣ ପରିବହନ ସେବା ଉପରେ ପ୍ରଭାବ ପକାଇପାରେ । କେତେକ ସ୍ଥାନରେ ଘରୋଇ କାର୍ଯ୍ୟାଳୟ ବନ୍ଦ ହୋଇପାରେ ।

ଏହି ସେବାଗୁଡିକ ଜାରି ରହିବ

ଭରତ ବନ୍ଦ ସମୟରେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ । ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ। ତେଣୁ ବୁଧବାର ଦିନ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+