Get Updates
Get notified of breaking news, exclusive insights, and must-see stories!

ବାହାନଗା ଟ୍ରେନ ଦୁର୍ଘଟଣା: ଆଜି କୋର୍ଟରେ ହାଜର ହେବେ ୩ ଅଭିଯୁକ୍ତ, ଆଉ ୧୦ ରେଳ କର୍ମଚାରୀଙ୍କୁ ସମନ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରୁଛି ଗିରଫ ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ସିବିଆଇ ରିମାଣ୍ଡ ଅବଧି । ଦ୍ବିତୀୟ ଥର ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ଜେରା ତିନି ଅଭିଯୁକ୍ତଙ୍କୁ ଜେରା କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ।

ତେବେ ରିମାଣ୍ଡ ଶେଷ ହେବା ପରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ ଜେରା କରାଯାଇଛି । ତେବେ ଜେରା ବେଳେ ସିବିଆଇ ଅଭିଯୁକ୍ତଙ୍କ ଅବହେଳାର ତଥ୍ୟ ପାଇଥିବା ଜଣାପଡିଛି ।

Bhanga Train Accident

ସେପଟେ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ । ଅନ୍ୟ କିଛି କର୍ମଚାରୀଙ୍କୁ ପଚରା ଉଚରା ପରେ ଛାଡ଼ି ଦେଇଛି ସିବିଆଇ । ରେଲୱେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ସିବିଆଇ ତଦନ୍ତରେ ବେଶ ସହାୟକ ହେଉଥିବା ଜଣାପଡ଼ିଛି ।

ଗତ ଜୁଲାଇ ୭ ତାରିଖ ଦିନ ଏହି ତିନି ଜଣଙ୍କୁ ଗିରଫ କରିଥିଲା ସିବିଆଇ । ତିନି ଜଣଙ୍କୁ ସିଆରପିସିର ଧାରା ୩୦୪ ଅର୍ଥାତ ହତ୍ୟାକାଣ୍ଡ ପାଇଁ ଦାୟୀ ଓ ଧାରା ୨୦୧ ଅର୍ଥାତ ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରିଥିଲା ସିବିଆଇ । ୩ ଅଭିଯୁକ୍ତଙ୍କ ବିରୋଧରେ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଓ ଅପରାଧ ଘଟାଇ ପ୍ରମାଣ ନଷ୍ଟ ପରି ଅଭିଯୋଗ ଲଗାଇଥିଲା ସିବିଆଇ ।

ଉଲ୍ଲେଖଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+