ରାଜ୍ୟ କଂଗ୍ରେସକୁ ଝଟକା, ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ
ସାରା ଦେଶରେ କଂଗ୍ରେସ ନିର୍ବାଚନ ଭଲ ପ୍ରଦର୍ଶନ କରିଥିବା ବେଳେ କିନ୍ତୁ ରାଜ୍ୟରେ ସ୍ଥିତି ଯେମିତି ଥିଲା ସେମିତି ହିଁ ରହିଛି । ରାଜ୍ୟ ବିଧାନ ସଭା ଓ ଲୋକସଭା ନିର୍ବାଚନରେ ଓଡ଼ିଶା କଂଗ୍ରେସର ନୈରାଶ୍ୟ ପ୍ରଦର୍ଶନ ପାଇଁ ଦଳର ନେତା ଏବେ ଚିନ୍ତାରେ ।

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡ଼ିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି। ସେ ନିଜକୁ ଦଳର ପରାଜୟ ଲାଗି ଦାୟୀ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ।












Click it and Unblock the Notifications