ରାଜ୍ୟସଭା ନିର୍ବାଚନରେ ଏଜେଣ୍ଟ ଭାବେ ରହିବେ ଭକ୍ତ ଦାସ!
ରାଜ୍ୟସଭା ନିର୍ବାଚନରେ ଏଜେଣ୍ଟ ଭାବେ ରହିବେ ଭକ୍ତ ଦାସ । ଘୋଡ଼ା ବେପାର ହେବ ନାହିଁ ଏହି ଆଶା ଓ ବିଶ୍ୱାସ ରହିଛି । ଯଦି ହେବାର କୌଣସି ଆଶଙ୍କା ଦେଖା ଦେବ ନିଜେ ଏଜେଣ୍ଟ ହେଇକି ବସିବି ବୋଲି ବଡ଼ ବୟାନ ଦେଇଛନ୍ତି ଭକ୍ତ ଦାସ । ବିଜେପି ଜାଣି ଶୁଣି ଆଉ ଗୋଟେ ସ୍ୱାଧୀନ ପ୍ରାର୍ଥୀ ଦେଇଛି । ବିଶୃଙ୍ଖଳା କରିବା ପାଇଁ । ତାଙ୍କର ଲକ୍ଷ କ୍ରସ ଭୋଟିଂ କରି ବିଶୃଙ୍ଖଳା କରିବା ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଦାସ । ଉଭୟ କଂଗ୍ରେସ ଓ ବିଜେଡି ଏହି କ୍ରସ ଭୋଟିଂ ନ ହେବା ପାଇଁ ଜନସାଧାରଣଙ୍କ ମଧ୍ୟରୁ ଜଣଙ୍କୁ ବାଛିଛନ୍ତି। ଡାକ୍ତର ଦତେଶ୍ୱର ହୋତା ଏକ ଉଚିତ ପ୍ରାର୍ଥୀ । ତେଣୁ ତାଙ୍କୁ ଚୟନ କରିବା ପାଇଁ ୩୩ଟି ଭୋଟ ରହିଛି ଆମ ପାଖରେ । କ୍ରସ ଭୋଟିଂର ପ୍ରଶ୍ନ ଉଠୁନି। ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ପକ୍ଷରୁ କେହି ସମର୍ଥନ ଦେବେ ନାହିଁ । ସମସ୍ତ ବିଧାୟକ ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଯଦି କୌଣସି ଆଶଙ୍କା ରୁହେ ତେବେ ଭକ୍ତ ଦାସ ନିଜେ ଏଜେଣ୍ଟ ହେବେ । ଆଉ ବିଶୃଙ୍ଖଳା ହେଲେ ବା ପାର୍ଟି ଷ୍ଟାଣ୍ଡରୁ ବାହାରକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ନିଜ ଅଞ୍ଚଳକୁ ଯାଇପାରିବେ ନାହିଁ ବୋଲି କଡ଼ା ଚେତବନି ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ବିଜେଡି ମଧ୍ୟ ଏହି କ୍ଷେତ୍ରରେ ପୁରା କଡ଼ା ଷ୍ଟାଣ୍ଡ ରଖିଛି । ରାଜ୍ୟର ହିତ ପାଇଁ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି ।












Click it and Unblock the Notifications