ପଶ୍ଚିମ ଓଡିଶା ପାଳନ କରୁଛି ଭାଇ ଜିଉଁନ୍ତିଆ ଓଷା

ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇ ଜିଉଁନ୍ତିଆ ଓଷା । ସୁବର୍ଣ୍ଣପୁର ହେଉ ବା ସମ୍ବଲପୁର ଭାଇ ଜିଉଁନ୍ତିଆକୁ ବେସ୍ ଧୁମ୍ ଧାମରେ ପାଳନ କରାଯାଇଛି । ଭାଇମାନଙ୍କ ଦୀର୍ଘାୟୁ କାମନା କରି ମାଁ ଦୁର୍ଗାଙ୍କ ପାଖରେ ଗୁହାରି କରିଥାନ୍ତି ଭଉଣୀମାନେ ।

ଦୁର୍ଗା ମା'ଙ୍କ ଅଷ୍ଟମୀ ପୁଜାପରେ ସାରା ଜିଲ୍ଲାରେ ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜିଉଁନ୍ତିଆ ଓଷା । ଦିନସାରା ନିଜଳା ଉପବାସ ରହି ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜାକରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ ଫଳ ସହିତ ସାତୋଟି ଜୁଗାର ତିଆରି କରି ପୁଜା ସାମଗ୍ରୀ ନେଇ ଭାଇର ମଙ୍ଗଳ କାମନା କରିଥାନ୍ତି ଦେବୀ ଦୁର୍ଗାଙ୍କ ପାଖରେ ।

ପ୍ରତିଟି ଭାଇ ପାଇଁ ଶହେ ଆଠ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠିକରି ଜିଉଁନ୍ତିଆ ରେ ବାନ୍ଧି ସମର୍ପିତ କରିଥାନ୍ତି ଦେବୀଙ୍କ ପାଖରେ । ପରଦିନ ଭୋର ସକାଳେ ବନ୍ଧାହୋଇଥିବା ଦୁବ ବିଡାକୁ ନେଇ ଭାଇକୁ ବନ୍ଦାଇଥାନ୍ତି ଭାଇର ମଙ୍ଗଳ କାମନାକରି ।

bhai_jioantia

ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଏହି ଓଷା । ବିଶ୍ବାସ ରହିଛି ଦେବୀ ଦୁର୍ଗାଙ୍କୁ ସନ୍ତୁଷ୍ଟ କଲେ ମାଁ ଦୂର୍ଗା ଭାଇମାନଙ୍କୁ ଦୀର୍ଘାୟୁ କରିବେ । ଗାଁ ମାନଙ୍କରେ ଭଉଣୀମାନେ ଏକତ୍ରିତ ହୋଇ ଗାଁ ମଝିରେ ଅସ୍ଥାୟୀ ମଣ୍ଡପରେ ପୂଜା କରୁଥିବାବେଳେ ସହରରେ ଦୂର୍ଗା ମେଢ଼ ମାନଙ୍କରେ ଭଉଣୀମାନେ ଏକତ୍ରିତ ହୋଇ ପୂଜା କରିଥାନ୍ତି । ପର ଦିନ ଭୋରରୁ ଚନଗିଲା କରି ସକାଳୁ ଭାଇମାନଙ୍କୁ ବନ୍ଦାଣ କରିଥାନ୍ତି ।

ଇତିହାସ ଅନୁସାରେ ଦେବୀ ମାଁ କନକ ଦୁ୍‌ର୍ଗା ଭାଇ ଜିଉଁନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ ପ୍ରାଚୀନ । ତା ସହ ଭଉଣୀ ମାନେ ଏଠାରେ ଯେ ଖାଲି ଭାଇ ଜିଉଁନ୍ତିଆ ଓଷା ପାଳନ କରିଥାନ୍ତି ତାହା ନୁହେଁ ଦେବୀ ମାଁ କନକଦୁର୍ଗାଙ୍କ ଆଶିର୍ବାଦ ଭିକ୍ଷା ମଧ୍ୟ କରିଥାନ୍ତି ନିଜ ପରିବାରର ସୁଖ ସମୃଦ୍ଧିପାଇଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+