Bhadrak violence: ଆଉ ୪୮ ଘଣ୍ଟା ବଢିଲା ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣା

ଭଦ୍ରକ : ଭଦ୍ରକ ହିଂସାକାଣ୍ଡ ଘଟଣାରେ ଧାମନଗର ଓ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ମୋଟ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ପୁଲିସ ଶନିବାର ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍‌ ଜାରି ରଖିଛି। ପୁର୍ବରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟରେ କଟକଣା ଥିବା ବେଳେ ଏହି ଇଣ୍ଟରନେଟ ସେବାକୁ ଆହୁରି ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି ।

ତେବେ ଲିଜ୍ ଲାଇନ ସେବା ଚାଲୁ ରହିବ। ପୂର୍ବାଂଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି, ସହରରେ ସ୍ୱାଭାବିକ ସ୍ଥିତି ଫେରୁଛି। ତେବେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ଅନ୍ୟପକ୍ଷରେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ପୋଷ୍ଟ କରିଥିଲେ, ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ।

Bhadrak violence

ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+