Get Updates
Get notified of breaking news, exclusive insights, and must-see stories!

ଭଦ୍ରକର ରାମମୟ: ଶୋଭାଯାତ୍ରାରେ ସାମିଲ ହେବେ ୯୦ରୁ ଅଧିକ ମେଢ଼, ସବୁଠି ଜୟ ଶ୍ରୀରାମ

ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖରିତ ଭଦ୍ରକ ସହର । ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ଯାଇଛି ଭଦ୍ରକର ରାସ୍ତାଘାଟ । ଭଦ୍ରକ ଗାନ୍ଧୀ ପଡିଆରେ ଚାଲିଛି ତ୍ରିଦିବାସିୟ ଶ୍ରୀ ରାମ ମହାଯଜ୍ଞ ।

ଆଜି ଯଜ୍ଞର ପୂର୍ଣ୍ଣାହୁତି ସହିତ ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରା ବାହାରିବ । ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରା ଦୀର୍ଘ ୧୨ କିଲୋମିଟର ପରିକ୍ରମା କରିବ । ଏଥିରେ ୯୦ରୁ ଅଧିକ ମେଢ଼ ସାମିଲ ହେବ ।

ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୫ ଜଣ ଅତିରିକ୍ତ ଏସପି, ୧୮ ଜଣ ଡି ଏସପି, ୩୭ ଜଣ ଇନ୍ସପେକ୍ଟର ଏବଂ ୧୪୨ ଜଣ ଏସଆଇ ଏବଂ ଏଏସଆଇ ନିୟୋଜିତ ରହିବେ ।

bhadrak rama maya

ସହର ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଉଛି । ଏଥିପାଇଁ ଡ୍ରୋନର ସହାୟତା ନିଆଯାଉଛି । ରାମନବମୀ ପାଳନ ବେଳେ କୌଣସି ପ୍ରକାର ଅଘଟଣକୁ ଏଡ଼ାବାକୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିବା ବେଳେ ଭିଡିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଇଛି ।

ସେହିପରି ବାଲେଶ୍ଵରରେ ମଧ୍ୟ ରାମ ନବମୀ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ୱର ସହରରେ ଲଗାତାର ଫ୍ଲାଗମାର୍ଚ୍ଚ କରାଯାଉଛି । ସୋରରେ ସୁରକ୍ଷା କଡ଼ାକଡ଼ି କରିବା ସହ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ଅନ୍ୟପଟେ ଭଦ୍ରକ ପାଲଟିଛି ପୋଲିସ ଛାଉଣୀ । ସହରରେ ରାପିଡ଼ ଆକ୍ଲନ ଫୋର୍ସ, ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂ କଡ଼ାକଡ଼ି କରି ତୀକ୍ଷଣ ନଜର ରଖିଛି ପୋଲିସ ପ୍ରଶାସନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+