Get Updates
Get notified of breaking news, exclusive insights, and must-see stories!

ଭଦ୍ରକ ଏନ୍ଏଚ୍-୧୬ ଅସୁରା ଛକ ନିକଟରେ ସିରିଜ୍ ଦୁର୍ଘଟଣା; ପିକଅପ୍ ଭ୍ୟାନ ଡ୍ରାଇଭର ମୃତ, ୬ ବସ୍ ଯାତ୍ରୀ ଗୁରୁତର

ଭଦ୍ରକ ଏନ୍ଏଚ୍-୧୬ ଅସୁରା ଛକ ନିକଟରେ ସିରିଜ୍ ଦୁର୍ଘଟଣା। ଜାତୀୟ ରାଜପଥରେ ୪ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ପିକଅପ୍ ଭ୍ୟାନ ଡ୍ରାଇଭର ମୃତ, ୬ ବସ୍ ଯାତ୍ରୀ ଗୁରୁତର ମେଡିକାଲରେ ଭର୍ତ୍ତି।

Bhadrak NH-16 serial accident

ପଛକୁ ପଛ ପିଟି ହେଲେ ୩ଟି ଗାଡ଼ି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ । ଯାତ୍ରୀବାହୀ ବସ୍ -ଟ୍ରକ ଏବଂ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହି ବସ୍ କୋଲକାତାରୁ ଭୁବନେଶ୍ବର ଯାଉଥିଲା। ଏତିକିବେଳେ ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଫଳରେ ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପଛରେ ବସ୍ କୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ପରେ ସେହି ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ଏକ ପିକଅପ ଭ୍ୟାନ୍ ।

ଘଟଣାସ୍ଥଳରେ ପିକଅପ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ୪ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କ ମଧ୍ୟରୁ ଗୁରୁତର ୨ ବାପ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+