ବିଜେଡ଼ିରେ ଯୋଗଦେଲେ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲ ମକ୍କି ଦଲୱାଜି ହବିବ

ଭଦ୍ରକ ପୌରପାଳିକାର ପୌରଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଡକ୍ଟର ସସ୍ମିତ ପାତ୍ର, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଗୁଲ ମକ୍କି ଦଲୱାଜି ହବିବ। ଦଳରେ ସାମିଲ୍ ହୋଇଥିବା ଗୁଲ ମକ୍କି ଦଲୱାଜି ହବିବଙ୍କ ସହ ଶତାଧିକ କର୍ମୀଙ୍କୁ ଶ୍ରୀ ଦାସବର୍ମା, ଶ୍ରୀ ସାମଲ, ଶ୍ରୀ ସାମନ୍ତରାୟ, ଡକ୍ଟର ପାତ୍ର, ଶ୍ରୀମତୀ ମଣ୍ଡଳ ଓ ଶ୍ରୀ ମଲ୍ଲିକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଗୁଲ ମକ୍କି ଦଲୱାଜି ହବିବଙ୍କ ସହ ଶତାଧିକ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସବର୍ମା, ଶ୍ରୀ ସାମଲ, ଶ୍ରୀ ସାମନ୍ତରାୟ, ଡକ୍ଟର ପାତ୍ର, ଶ୍ରୀମତୀ ମଣ୍ଡଳ ଓ ଶ୍ରୀ ମଲ୍ଲିକ କହିଥିଲେ।

BJD

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଗୁଲ ମକ୍କି ଦଲୱାଜି ହବିବ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱାଧୀନ ଭାବେ ଲଢ଼ି ମଧ୍ୟ ବିଜେଡ଼ିକୁ କେବେ ବିରୋଧୀ କରିନାହୁଁ । ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଆଦର୍ଶ ଭାବି ନିର୍ବାଚନ ଲଢ଼ିଛୁ। ନବୀନ ବାବୁଙ୍କ ହାତମୁଠା ଟାଣ କରିବୁ। ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବୁ। ଭଦ୍ରକ ପୌରପାଳିକାକୁ ଆହୁରି ଆଗକୁ ନେବାକୁ ପ୍ରୟାସ କରିବୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ କାଉନସିଲର ରେଶ୍‌ମା ପରବିନ୍‌, ପୂର୍ବତନ କାଉନସିଲର ଶେଖ୍ ଜାହିଦ ହବିବ, ଆୟୁବ ଖାନ, ଶେଖ୍ ଉସମାନଉଲ୍ ହକ୍‌, ଶେଖ୍ ଖାଲିକ୍‌, ନସିରୁଦ୍ଦିନ ଖାନ, ଗୌରାଙ୍ଗ ବେହେରା, ମିର୍ ଅର୍ଶଦ କାଦ୍ରି, ଶେଖ ନସିରୁଦ୍ଦିନ୍‌, ଶେଖ୍ ଅନିଶଉଦ୍ଦିନ, ଶେଖ୍ ନୁର୍ ଏ ମୋଜସନ, ଶେଖ୍ ଗୋଲାମ ଗୋସ୍‌, ଶେଖର ଖାନ, ଶେଖ ସିରାଜଉଦ୍ଦିନ, ସରିଫ ଖାନ, ମିର୍ଜା ସାହିଦ ବେଗ, ଶେଖ କମଲ ଉଦ୍ଦିନ, ଶେଖ ଅବଦୁଲ୍ଲ ସାହିଦ, ଶେଖ ଅବଦୁଲ୍ଲ ରଜାକ, ଶେଖ୍ ଇକ୍ରାମ, ଶେଖ ସହବାଜ କାଦ୍ରି, ଶେଖ ଅମିରୁପ୍‌ଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+