ବିଧାୟକଙ୍କ କାର୍କୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ
ବିଧାୟକଙ୍କ କାର୍କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଵିଧାୟକ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍କୁ ଆଜି ସକାଳୁ ଏକ ଟ୍ରକ୍ ଧକ୍କା ଦେଇଛି।
ଭଦ୍ରକ: ବିଧାୟକଙ୍କ କାର୍କୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ । ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍କୁ ଆଜି ସକାଳୁ ଏକ ଟ୍ରକ୍ ଧକ୍କା ଦେଇଛି। ତେବେ ସ୍ୱଭାଗ୍ୟବଶତଃ ଏହି ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ।

ସୂଚନା ମୁତାବକ, ଆଜି ସକାଳୁ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ଏହି ଦୁର୍ଘଟଣା ଘଟିଛି। ଜାରକା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କର କାରକୁ ଧକ୍କା ଦେଇଥିଲା। ଫଳରେ ବିଧାୟକଙ୍କ କାର୍ଟି ରାସ୍ତାରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏଥିସହ ବିଧାୟକଙ୍କ କାର୍ ଭାଙ୍ଗି ପୂରା ଚୁରମାର ହୋଇଯାଇଛି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ଏହା ଏକ ପ୍ରକୃତରେ ଦୁର୍ଘଟଣା ଥିଲା ନା ଯୋଜନାବଦ୍ଧ ହତ୍ୟା ଉଦ୍ୟମ ସେ ନେଇ ପୋଲିସ ତଦନ୍ତ କରୁଛି।












Click it and Unblock the Notifications