ପ୍ରଥମେ କଲେ ପ୍ରେମ ବିବାହ, ଏବେ ନିଜ ଗୋତ୍ରକୁ ଆଣିବାକୁ ମାଗୁଛନ୍ତି ୩ ଲକ୍ଷ
ଘଟଣା ଭଦ୍ରକ ତିହିଡି ଭାଟପଡା ଶଙ୍ଖିଡା ଗାଁର । ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କର ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସ୍ମୃତି ଦଳିତ ବର୍ଗର ହୋଇଥିବା ବେଳେ ପ୍ରଭାସ ବ୍ରା
ଭଦ୍ରକ: ପ୍ରଥମେ କଲେ ପ୍ରେମ ବିବାହ । ଏବେ ନିଜ ଗୋତ୍ରକୁ ଆଣିବାକୁ ମାଗୁଛନ୍ତି ୩ ଲକ୍ଷ ଟଙ୍କା । ଘଟଣା ଭଦ୍ରକ ତିହିଡି ଭାଟପଡା ଶଙ୍ଖିଡା ଗାଁର । ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥଙ୍କର ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସ୍ମୃତି ଦଳିତ ବର୍ଗର ହୋଇଥିବା ବେଳେ ପ୍ରଭାସ ବ୍ରାହ୍ମଣ ଜାତିର ହୋଇଥିବାରୁ ଏହାକୁ ନେଇ ବିବାଦ ଉପୁଜି ଥିଲା ।

ପରିବାର ଲୋକେ ସ୍ମୃତିଙ୍କୁ ବୋହୂ ରୂପେ ଗ୍ରହଣ କରିବାକୁ ରାଜି ନ ହେବାରୁ ୨୦୧୯ ମସିହାରେ ତାଙ୍କୁ ନେଇ ପ୍ରଭାସ ଭୁବନେଶ୍ୱର ପଳାଇ ଯାଇଥିଲେ। ୨୦୧୦ରେ ସେ ନୋଟାରୀରେ ଓ ପରେ ମନ୍ଦିରରେ ବିବାହ କରିଥିଲେ । ଉଭୟ ପରିବାର ପକ୍ଷରୁ ସମ୍ମତି ମିଳିନଥିବାରୁ ସେ ତାଙ୍କୁ ନେଇ ବାହାରେ ରହୁଥିଲେ । ପ୍ରଭାସ ଓ ମହିଳା ଭିନ୍ନ ଜାତିର ହୋଇଥିବାରୁ ପ୍ରଭାସ ଘର ଲୋକ ତାଙ୍କୁ ଗ୍ରହଣ କରିନଥିଲେ । ତେବେ ପ୍ରଭାସ ବାହାରକୁ ଚାକିରୀ ପାଇଁ ଯାଇଥିବା ବେଳେ ମହିଳା ଜଣଙ୍କୁ ତାଙ୍କ ପରିବାର ଲୋକ ଘରେ ପୁରାଇ ଦେଇନଥିଲେ । ଏବେ ୩ଲକ୍ଷ ଟଙ୍କା ଆଣିବା ପରେ ପୁରି ମୁକ୍ତି ମଣ୍ଡପରେ ତାଙ୍କୁ ଜାତି କରାଇ ଗୋତ୍ରରେ ପୂରାଇବେ ବୋଲି କହୁଛନ୍ତି ।
ଘଟଣା ସମ୍ପର୍କରେ ସ୍ମୃତି ପ୍ରଭାସଙ୍କୁ ଜଣାଇବାରୁ ସେ ନିଜ ପରିବାର ଲୋକଙ୍କୁ ସମର୍ଥନ କରିଥିଲେ। ଏପରିକି ଆଉ ସ୍ମୃତିଙ୍କ ଫୋନ ଉଠାଇ ନଥିଲେ। ଯାହାକୁ ନେଇ ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ମୃତି। ମାତ୍ର ପୋଲିସ ଆଜିକାଲି କହି ମାମଲା ରୁଜୁ କଲା ନାହିଁ। ପରେ ବାଧ୍ୟ ହୋଇ ମହିଳା ଜଣକ ଦୁଇ ଦିନ ଧରି ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।












Click it and Unblock the Notifications