Get Updates
Get notified of breaking news, exclusive insights, and must-see stories!

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ସହ ମା' କାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ସହ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର। ଶ୍ରଦ୍ଧାଳୁମାନେ ମାଙ୍କ ଆରାଧନା ପାଇଁ ପ୍ରସ୍ତୁତ। ମା ଆସିବେ ଅସତ୍ୟର କାଳରାତ୍ରୀକୁ ନଷ୍ଟ କରି ସତ୍ୟର ବିଜୟ ବୈଜୟନ୍ତୀ ଉଡାଇବେ । ସାରା ରାଜ୍ୟରେ ପୁରପଲ୍ଲୀରେ ମା'ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ନୂଆ ରୂପରେ ସଜେଇ ହେଉଛି ।

ବିଭିନ୍ନ ପୂଜା ମଣ୍ଡପରେ ମା କାଳୀଙ୍କର ମୂର୍ତ୍ତୀ ଗଢା ଓ ତୋରଣ ସଜା କାମ ଚାଲିଥିବା ବେଳେ ଭଦ୍ରକ ଚଳ ଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ମା ଭଦ୍ରକାଳୀ, ଚରମ୍ପାର ଟ୍ରାଫିକ୍ କାଳୀ, ଓଏସଆରଟିସି କାଳୀ, ରାଜଘାଟ କାଳୀ, ପଥରକାଳୀ, ଦକ୍ଷିଣକାଳୀ, ପାଟଣାସାହି କାଳୀ, ବାସନ୍ତୀ ଦୁର୍ଗା କାଳୀ, ବାଙ୍କାବଜାର କାଳୀ, ଏରେଇ କାଳୀ, ଡଗରାସାହି କାଳୀ, ସ୍କୁଲ ରୋଡ କାଳୀ, ପିଡବ୍ଲୁଡି କାଳୀ, ସ୍କୁଲ ରୋଡ କାଳୀ ପୂଜା ପାଇଁ ସବୁ ପୂଜା କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି।

Bhadrak in full swing to celebrate Diwali

୬ ଶହ ବର୍ଷର ଆଦିଶକ୍ତି ପୀଠ ମା' ଭଦ୍ରକାଳୀ
ଭଦ୍ରକ ଉଭୟ ଶିବ ଓ ଶକ୍ତି ପୀଠ ଭାବରେ ପରିଚିତ। ଆରଡିର ବାବା ଆଖଣ୍ଡଳମଣି ପୀଠ ଆଦି ଶୈବ ପୀଠ ଭାବେ କିମ୍ବଦନ୍ତୀ ରହିଥିବା ବେଳେ ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା ଭଦ୍ରକାଳୀ ଆଦ୍ୟ ଶକ୍ତିପୀଠ ଭାବେ ସ୍ବତନ୍ତ୍ର ମହିମା । ୧୫୬୮ ମସିହା ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ଆକ୍ରମଣ କରିବ‌ା ଲାଗି କଳାପାହାଡ ଯୁଦ୍ଧକୁ ଯିବା ବାଟରେ ମା ଭଦ୍ରକାଳୀଙ୍କୂ ଦେଖିଥିଲେ। କଳାପାହାଡର ଡରରେ ଭକ୍ତମାନେ ମା ଭଦ୍ରକାଳୀଙ୍କୁ ମନ୍ଦିରରରୁ ନେଇ ସାଳନ୍ଦୀ ନଦୀ ଗର୍ଭରେ ଲୁଚାଇ ରଖିଥିଲେ। ଏହାର କିଛି ବର୍ଷ ପରେ ଭଦ୍ରକର ଆହାରପଦା ନିକଟସ୍ଥ ସାଳନ୍ଦୀ ନଦୀ ଗର୍ଭରୁ ମାଙ୍କର ମୂର୍ତ୍ତୀକୁ ଉଦ୍ଧା କରି ହିନ୍ଦୁ ଭକ୍ତମାନେ ଏକ କାଠ ନିର୍ମିତ ମନ୍ଦିରରେ ରଖି ମା ଭଦ୍ରକାଳୀଙ୍କୁ ପୂଜା ଅର୍ଚ୍ଚନା କଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୫୩ ମସିହ‌ାରେ ମା ଭଦ୍ରକାଳୀଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ଆଜି ପର୍ଯ୍ୟନ୍ତ ମା ଭଦ୍ରକାଳୀ ସେହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି।

ସେହିପରି ଚରମ୍ପାର ସବୁଠାରୁ ବ୍ୟୟ ବହୁଳ ଦୁର୍ଗା ପୂଜା ହେଉଛି ଏରେଇ କାଳୀ ପୂଜା। ଏଠାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁଉଚ୍ଚ ମୂର୍ତ୍ତିୀ ଗଢା କାମ ଚାଲିଛି। କଲିକାତାର ମେଦିନାପୁର ଅଞ୍ଚଳର ତୋରଣ କାରିଗରମାନେ ଏଠାରେ କାମ ଆରମ୍ଭ କରିଛନ୍ତି। ନୂଆନୂଆ ଡିଜାଇନର ତୋରଣ କରିବାରେ ଏରେଇ କାଳୀ ମଣ୍ଡପର ସ୍ପତନ୍ତ୍ର ଅକାର୍ଷଣ ରହିଛି।ଏଇ ପୂଜା କମିଟିର ସଭାପତି ଅମୟ ରାଉତ, ସଂପାଦକ ରାଜକିଶୋର ଶତପଥୀ ଓ ପୂଜା କମିଟିର କର୍ମକର୍ତ୍ତାମାନେ କାଳୀ ପୂଜା ପାଇଁ ଲାଗିପଡିଛନ୍ତି। ଏଇ ପୂଜା କମିଟି ପକ୍ଷରୁ ପ୍ରାୟ ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଆଉ ମାତ୍ର ୩ ଦିନ ପରେ ମା କାଳୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ ହେବ। କାଳୀ ପୂଜା ପାଇଁ ଚରମ୍ପାରେ ୯ ଟି ଯାତ୍ରା ପାର୍ଟି ସେମାନଙ୍କର ଅପେରା ପରିବେଷଣ କରିବେ ବୋଲି ବିଭିନ୍ନ ସ୍ଥାନରେ ଟେଣ୍ଡ ମାରିଲେଣି। ସେହିପରି ମୀନା ବଜାର, ରାମ ଦୋଳି, ସର୍କସ ଓ ଅନ୍ୟାନ୍ୟ ଯାନି ଯାତ୍ରା ପାଇଁ ଏଠାରେ ଏବେ ଠାରୁ ବିଭିନ୍ନ ସ୍ଥାନରୁ ଦୋକାନୀମାନେ ସେମାନଙ୍କର ଦୋକାନ ବଜାର ବସାଇବା ପାଇଁ ଜାଗା ଚିହ୍ନଟ କରି ନେଷଳଣି।

ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତ ହୋଇଛନ୍ତି। କାଳୀ ପୂଜାରେ ଶାନ୍ତି ଶୃଙ୍ଖଳାର ରକ୍ଷା କରିବା ପାଇଁ ଭଦ୍ରକ ଏସ୍ ପି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ୫ ପ୍ଲାଟୁନ୍ ରୁ ଅଧିକ ‌ପୁଲିସ ଏଠାରେ ମୁତୟନ କରାଯିବ। ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସୁରକ୍ଷ‌ା ଦାୟୀତ୍ବ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+