ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ; ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ।

ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ। ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ।ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ସତର୍କ କରାଇଲେ ଜିଲ୍ଲାପାଳ । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ଆଶଙ୍କା ।

ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହେବା ସମ୍ଭାବନା। ସଜାଗ ରହିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ।

Bhadrak Distress signal reached at Akhavapada

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାବେଳେ ଜନଜୀବନ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ଆସନ୍ତା ୨୮ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ। ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।

ଏହି ୧୦ ଜିଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ବାରିପଦାରେ ସର୍ବାଧିକ ୧୩୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଜଗତ୍‌ସିଂହପୁରରେ ୮୪ ମିମି, ସୋନପୁରରେ ୪୧.୦ ମିମି, ବଲାଙ୍ଗୀରରେ ୨୭ ମିମି, ନୂଆପଡ଼ାରେ ୨୩.୬ ମିମି, ଝାରସୁଗୁଡ଼ାରେ ୧୬.୪ ମିମି, ସୁନ୍ଦରଗଡ଼ରେ ୧୫.୬ ମିମି, କୋରାପୁଟରେ ୧୧.୨ ମିମି, ବାଲେଶ୍ୱରରେ ୧୧.୧ ମିମି, ରାଉରକେଲାରେ ୮.୬ ମିମି, ଚାନ୍ଦବାଲିରେ ୮.୪ ମିମି ଏବଂ ଢେଙ୍କାନାଳରେ ୮.୨ ମିମି ବର୍ଷା ହୋଇଛି। କଟକ, ଭୁବନେଶ୍ୱର, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦିନ ସାରା ବର୍ଷା ଲାଗି ରହିଥିବା ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+