ଶଙ୍ଖ ଭବନରେ ଭଦ୍ରକ ବିଜେଡି କନ୍ଦଳ; ବୈଠକ ବେଳେ ମୁହାଁମୁହିଁ
ଭୁବନେଶ୍ୱର ପରେ ଭଦ୍ରକ ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ଶଙ୍ଖଭବନରେ ପହଁଚିଲା ଭଦ୍ରକ କଳି । ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରି ବାହାରକୁ ଚାଲିଆସିଥିଲେ । ବାହାରକୁ ଆସି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ ପ୍ରଣବ ପ୍ରକାଶ ଦାସ । ବବି ବୁଝାଇବା ପରେ ବୈଠକକୁ ଫେରିଲେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ । ସେପଟେ ଘଟଣାକୁ ନେଇ ଦଳୀୟ ନେତା କହିଲେ ଘର ଭିତରେ ଏମିତି ହୁଏ । ଆମ ଭିତରେ କୌଣସି ବିବାଦ ନାହିଁ ।

ସେପଟେ ଭୁବନେଶ୍ୱର ବିଜେଡ଼ିରେ ହଲଚଲ୍ । ବିଜେଡ଼ି କର୍ପୋରେଟରଙ୍କ ମେଳି । ଗୋଟିଏ ବସରେ ଏକାଠି ହେଲେ ୩୦ ଜଣ କର୍ପୋରେଟର । ବିଜେଡିର ସମସ୍ତ କର୍ପୋରେଟର ଏକାଠି ହୋଇ ଲୋକନାଥ ଦର୍ଶନ ପାଇଁ ଯାଉଛନ୍ତି । ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ସୂଚନା ମିଳିଛି ।
ଗୋଟିଏପଟେ ଭୁବନେଶ୍ୱର ଓ ଭଦ୍ରକ ବିଜେଡିରେ କନ୍ଦଳ ଚାଲିଛି । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିରେ ଗୋଳିଆ ସ୍ଥିତି । ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ବହୁ ବିଜେଡି ନେତା । ଚିକିଟି ଓ ଦିଗପହଣ୍ଡି ନେତାଙ୍କ ସମେତ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏହି ବୈଠକରେ ଦେଖିବାକୁ ମିଳିନାହିଁ । ଏମାନଙ୍କ ଅନୁପସ୍ଥିତିକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଯେଉଁ ପୂର୍ବତନ ବିଧାୟକ ଓ ସେମାନଙ୍କ ପ୍ରତିନିଧି ମାନେ ଅନୁପସ୍ଥିତ ଥିଲେ, ସେମାନଙ୍କ ଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି ।












Click it and Unblock the Notifications