ସାବଧାନ ବାଂଲାଦେଶୀ ଅନୁପ୍ରବେଶକାରୀ; ଯାଞ୍ଚ ହେବ ପ୍ରମାଣ ପତ୍ର, ମନ୍ତ୍ରୀ

ଅନୁପ୍ରବେଶ କରି ବେଆଇନ୍‌ ଭାବେ ଓଡ଼ିଶାରେ ରହୁଥିବା ବାଂଲାଦେଶୀଙ୍କ ସମସ୍ୟା ବଢ଼ିଲା। ସେମାନଙ୍କ ପାଖରେ ଯଦି ଭାରତ ସରକାରଙ୍କର କୌଣସି ବୈଧ ପ୍ରମାଣପତ୍ର ନଥିବ, ତାହାହେଲେ ସେମାନଙ୍କୁ ଫେରାଇ ଦିଆଯିବ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଆଜି ଏମିତି କିଛି କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Law Minister

ମନ୍ତ୍ରୀ ଶ୍ରୀ ହରିଚନନ୍ଦନ କହିଛନ୍ତି, ଯେଉଁ ବାଂଲାଦେଶୀ ପୂର୍ବରୁ ଅନୁପ୍ରବେଶ କରିଛନ୍ତି ଓ ଏଠାରେ ବିଭିନ୍ନ ବୃତ୍ତିରେ ଅଛନ୍ତି, ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଯେଉଁମାନଙ୍କ ପାଖରେ ଓଡ଼ିଶା କିମ୍ବା ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିବ, ତାହାହେଲେ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣ କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସିଏଏ ନେଇ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପୂର୍ବରୁ ଶରଣାର୍ଥୀ ହୋଇ ଆସିଛନ୍ତି, CAA ଆଇନ୍‌ ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯିବ। କିନ୍ତୁ ବହୁ ବାଂଲାଦେଶୀ ପଶ୍ଚିମବଙ୍ଗଳା ଓ ସମୁଦ୍ର ପଥ ଦେଇ ଓଡ଼ିଶା ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ବର୍ଡର ପୁଲିସ, କୋଷ୍ଟ ଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ ମୁତୟନ କରାଯାଇଛି। ଦୁଇ ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ନିର୍ଦ୍ଦେଶ ଦେଇସାରିଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହେବେ। ରାଜ୍ୟକୁ କୌଣସି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+