ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି
ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି । ପୀତବାସ ହତ୍ୟା ମାମଲା ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍. । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ । ଅଦାଲତ ଅବମାନନା ମାମଲା ନ ଚଳାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ ବେଳେ ବିବାଦୀୟ ବୟାନ ଦେଇଥିଲେ SP। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ବିଧାୟକଙ୍କ ବିରୋଧରେ ଦାୟର ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ । ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସପିଙ୍କଠାରୁ ଜବାବ ତଲବ କରିଥିଲେ ହାଇକୋର୍ଟ।












Click it and Unblock the Notifications