ବ୍ରହ୍ମପୁର ଲୋକସଭା ଆସନରେ ବିଗ୍ ଫାଇଟ୍: ତିନି ଦଳ ମଧ୍ୟରେ କଡ଼ା ଟକ୍କର
Berhampur Election Result: ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ଭୃଗୁ ବକ୍ସିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସେହିଭଳି କଂଗ୍ରେସ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ । ବିଜେଡ଼ି-ବିଜେପି ଦୁଇ ଦଳ ଆମଦାନୀ ନେତାଙ୍କ ଉପରେ ଭରସା କରିଛନ୍ତି । ଫଳରେ ଗୋଳମାଳ ହୋଇଛି ବ୍ରହ୍ମପୁର ଲୋକସଭା ଗଣିତ । ଭୋଟର କାହା ହେଲେ ଏଥର ବେଶ ଚର୍ଚ୍ଚା ସାଉଁଟିଛି ଏହି ଆସନ ।

ଏପରିକି 2009 ରୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ଜିତି ଆସୁଛି । ଗତଥର ଚନ୍ଦ୍ରଶେଖର ସାହୁଙ୍କଠାରୁ 94 ହଜାର ଭୋଟରେ ହାରିଥିଲେ ଭୃଗୁ । ହେଲେ ଏଥର ସେ ନିଜେ ବିଜେଡ଼ି ସମର୍ଥନ ପାଇ ଲଢୁଛନ୍ତି । ଦଳବଦଳ ସହ ସମୀକରଣ ମଧ୍ୟ ବଦଳିଛି । ତେଣୁ ସେ ଭଲ ଭୋଟ୍ ହାତେଇବେ ବୋଲି ଅନୁମାନ କରାଯାଉଛି । ଏଥର ପ୍ରଦୀପ ଓ ଭୃଗୁଙ୍କ ମଧ୍ୟରେ କଡ଼ା ମୁକାବିଲା ।












Click it and Unblock the Notifications