Get Updates
Get notified of breaking news, exclusive insights, and must-see stories!

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ବ୍ରହ୍ମପୁରର ୪ ବର୍ଷର ବାଳକ ଆରଭ୍

ବ୍ରହ୍ମପୁର ନିଳାଞ୍ଚଳନଗର ନୀବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରଭ ପଟ୍ଟନାୟକ ଦାସ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ବୟସ ମାତ୍ର ୪ବର୍ଷ ହେଲେ ମଧ୍ୟ ତାଙ୍କ ସ୍ମରଣଶକ୍ତି ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି ।

ବ୍ରହ୍ମପୁର: ବ୍ରହ୍ମପୁର ନିଳାଞ୍ଚଳନଗର ନୀବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରଭ ପଟ୍ଟନାୟକ ଦାସ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ବୟସ ମାତ୍ର ୪ବର୍ଷ ହେଲେ ମଧ୍ୟ ତାଙ୍କ ସ୍ମରଣଶକ୍ତି ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଛି ।
ଖାଲି ସ୍ଥାନ ପୂରଣ , ଅନେକ ଶବ୍ଦର ବନାନ ସହିତ ମୌଳିକ ଗଣିତ , ଇଂରାଜୀ ବର୍ଷମାଳାକୁ ସଠିକ୍ କ୍ରମରେ ଓ ଓଲଟା କ୍ରମରେ କହିବାରେ ସେ ମାହିର । ସେହିଭଳି ୩୦ ରୁ ଉର୍ଦ୍ଧ୍ବ ରାଇମ୍ ମନେ ରଖିବା ସହ ସାଧାରଣ ଜ୍ଞାନ ସମ୍ବଳିତ ବହୁ ପ୍ରଶ୍ନର ଉତ୍ତର ଦେଇପାରୁଥିବାରୁ ସେ ଏହି ରେକରେ ଅଧିକାରୀ ହୋଇପାରିଛନ୍ତି । ବର୍ତ୍ତମାନ ସେ ୟୁକେଜିରେ ଅଧ୍ୟୟନ କରୁଛନ୍ତି । ମା ଓ ବାପା ଉଚ୍ଚଶିକ୍ଷିତା ହୋଇଥିବା ବେଳେ ବାଙ୍ଗାଲୋରର ଏକ ସପ୍ଟୱେର କମ୍ପାନୀରେ ବାପା କାର୍ଯ୍ୟ କରୁଛନ୍ତି ।

India Book of Records

ଲକଡାଉନ୍ କାରଣରୁ ବର୍ତ୍ତମାନ ତାଙ୍କ ପରିବାର ବ୍ରହ୍ମପୁର ଆସିଛନ୍ତି । ତାଙ୍କ ନିଜ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଆରଭ୍ ପିଲାଟି ଦିନରୁ ବିଭିନ୍ନ ଜିନିଷ ଉପରେ ଜାଣିବାକୁ ଇଚ୍ଛା କରୁଥିଲେ । ଖାଇବା , ଖୋଳିବା ସମୟରେ ତାଙ୍କ ମା ତାଙ୍କୁ ଯାହା କୁହନ୍ତି ସେ ମନେ ରଖିପାରୁଥିଲେ । ପୁଅର ଏଭଳି ମନେରଖିବା ଶକ୍ତି ଦେଖି ମାଁ ବନ୍ୟା ତାଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷା ଦେବା ଆରମ୍ଭ କରିଥିଲେ । ପରେ ତାଙ୍କ ଦକ୍ଷତା ନେଇ ଗତ ମେ ମାସରେ ରେକର୍ଡ ପାଇଁ ଆବେଦନ କରିଥିଲେ ।

ମେ ୧୧ ତାରିଖରେ ତାଙ୍କ ରେକର୍ଡ କନଫର୍ମ ହେବା ସହ କେରିୟର ଯୋଗ ମାନପତ୍ର , ମେଡେଲ ସାର୍ଟିଫିକେଟ ଆଦି ଆସିଥିଲା । ପରେ ଉକ୍ତ ୱେବସାଇଟରେ ଅପଲବ୍ଧ ହେବା ଫଳରେ ଏହି ବିରଳ ପ୍ରତିଭାଙ୍କ କଥା ଲୋକଲୋଚନକୁ ଆସିଛି। ଏହି ଘଟଣା ଜାଣିବା ପରେ ଆରଭଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+