ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା: ଭିଡିଓ ଡିଲିଟ୍ କଲେ ୟୁଟ୍ୟୁବର, ହାତ ଯୋଡି କ୍ଷମା ବି ମାଗିଲେ
ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ କ୍ଷମା ମାଗିଛନ୍ତି ବଂଗୀୟ ୟୁଟ୍ୟୁବର । ଏକ ଭିଡିଓ ଜାରି କରି ଅନିମେଶ ଚକ୍ରବର୍ତି ପ୍ରଭୁ ଜଗନ୍ନାଥ ଓ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ସେ କହ
ଭୁବନେଶ୍ୱର: ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେବା ପରେ କ୍ଷମା ମାଗିଛନ୍ତି ବଂଗୀୟ ୟୁଟ୍ୟୁବର । ଏକ ଭିଡିଓ ଜାରି କରି ଅନିମେଶ ଚକ୍ରବର୍ତି ପ୍ରଭୁ ଜଗନ୍ନାଥ ଓ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ସେ କହିଛନ୍ତି ।

ସୂଚନଯୋଗ୍ୟ ଯେ, ୟୁନିଫାଏଡ୍ ଅନିମେଶ ନାମକ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଉପରର ଡ୍ରୋନ୍ ଭିଡିଓ ଦୁଇ ସପ୍ତାହ ତଳେ ଅପଲୋଡ ହୋଇଥିଲା । ୫ ମିନିଟ ୪୩ ସେକେଣ୍ଡର ଏହି ଭିଡିଓରେ ଶ୍ରୀମନ୍ଦିରର ସଂପୂର୍ଣ୍ଣ ମ୍ୟାପିଂ କରାଯାଇଛି । ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହାଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ସଂପୂର୍ଣ୍ଣ ଶ୍ରୀମନ୍ଦିର ଚାରିପଟେ ଉଡି ଡ୍ରୋନ କ୍ୟାମେରା ଏସବୁ ଭିଡିଓକୁ କଏଦ କରିଛି ।
ତେବେ ଶ୍ରୀମନ୍ଦିର ଚୂଡ଼ା ଉପରେ କିପରି ଡ୍ରୋନ ଉଡାଯାଇ ସମ୍ବେଦନଶୀଳ ଭିଡ଼ିଓ ସୁଟ୍ କରାଗଲା, ସେନେଇ ଅସନ୍ତୋଷ ପ୍ରକାଶ ପାଇଲା । ଭିଡ଼ିଓଟିରେ ଓଡ଼ିଶା ପୋଲିସକୁ ୟୁଟ୍ୟୁବର ଜଣଙ୍କ ଧନ୍ୟବାଦ ଦେଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଏହି ଭିଡିଓଟି ସମ୍ପୃକ୍ତ ୟୁଟ୍ୟୁବର ଡିଲିଟ୍ କରି ଦେଇଥିବା ବେଳେ ଡ୍ରୋନ ଉଡାଇବା ପାଇଁ ପୋଲିସ୍ ଠୁ ଅନୁମତି ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି ।
ଅନିମେଶ କହିଛନ୍ତି, ସେ ଡ୍ରୋନ ଉଡାଇ ଭିଡିଓ ସୁଟ କଲା ବେଳେ ନୋ ଫ୍ଲାଇଂ ଜୋନ ବାବଦରେ ଆଦୌ ଜାଣିନଥିଲେ । ତାଙ୍କର ଏପରି କାର୍ଯ୍ୟ ଯଦି କାହା ମନରେ ଆଘାତ ଦେଇଛି, ତେବେ ସେ କ୍ଷମା ମାଗି ନେଉଛନ୍ତି ବୋଲି ଭିଡିଓରେ ନେହୁରା ହୋଇଛନ୍ତି । ଅନିମେଶ କହିଛନ୍ତି ଅନ୍ୟ ବ୍ଲଗର ବିଭିନ୍ନ ପ୍ରଶ୍ନ କରିବାରୁ ପୋଲିସର ଅନୁମତି ନେଇଥିବା କହିଥିଲେ । କିନ୍ତୁ ପ୍ରକୃତରେ ପୋଲିସର ଅନୁମତି ନନେଇ ପୁରୀ ପୋଲିସର ନାଁ ନେଇଥିବାରୁ ପୁରୀ ପୋଲିସକୁ ମଧ୍ୟ ସେ କ୍ଷମା ମାଗିଛନ୍ତି ।
ତେବେ ତୁରନ୍ତ ଏହି ଭିଡିଓକୁ ଡିଲିଟ୍ କରି ଦେଇଥିବା ସହ ସେ କୌଣସି ସଂସ୍ଥାକୁ ଏହି ଭିଡିଓ ଦେଇ ନାହାଁନ୍ତି ବୋଲି କହିଛନ୍ତି ।












Click it and Unblock the Notifications